ବ୍ୟାଙ୍କ ଡକାୟତଙ୍କୁ ରେଡ୍ ହ୍ୟାଣ୍ଡ କାବୁ କଲା ପୋଲିସ, ଫିଲ୍ମ ଷ୍ଟାଇଲରେ ଏମିତି ପ୍ଲାନିଂ କରି ଧରିଲା ପୋଲିସ, ଦେଖନ୍ତୁ ଭିଡ଼ିଓ

 
Police thief

ବ୍ୟାଙ୍କ ଡକାୟତଙ୍କୁ ରେଡ୍ ହେଣ୍ଡେ କାବୁ କଲା ପୋଲିସ। ମହାରାଷ୍ଟ୍ରର ଅହମଦନଗରରେ ଥିବା ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଶେଣ୍ଡି ଶାଖାରେ ଡକାୟତମାନଙ୍କୁ ପୋଲିସ କାବୁ କରିଥିଲା। ଛୁଟି ଥିବାରୁ ବ୍ୟାଙ୍କ ବନ୍ଦ ଥିଲା ଭିତରୁ ଶବ୍ଦ ହେଉଥିବା ଶୁଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ପୋଲିସ ତିନି ଜଣ ସଶସ୍ତ ଡକାୟତଙ୍କୁ ଗିରଫ କରିଥିଲା। 

Police

ପୋଲିସ ୩ ଲୁଟେରାଙ୍କ ଠାରୁ ଖଣ୍ଡା ଓ ବନ୍ଧୁକ ଜବତ କରିଛି। ତେବେ ଡକାୟତଙ୍କୁ ଧରିବା ସମୟର ପୁରା ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଯେଉଁ ଥିରେ ଚୋରଙ୍କୁ ଧରିବାର ପୋଲିସର ପୂରା ପ୍ଲାନ ଦେଖିବାକୁ ମିଳୁଛି। ପୋଲିସ ବ୍ୟାଙ୍କ ବାହାରେ ଘେରି ରହି ବ୍ୟାଙ୍କ ର ସଟରକୁ ଅଧା ଖୋଲି ଚୋରଙ୍କ ବାହାରିବାକୁ ଅପେକ୍ଷା କରୁଛନ୍ତି। 

ଚୋର ବାହାରିବାକୁ ଚେଷ୍ଟା କରିବା ମାତ୍ରେ ପୋଲିସ ସେମାନଙ୍କୁ ମାଡ଼ି ବସିଥିଲେ। ପୋଲିସ କୁ ଚକମା ଦେଇ ଖସିଯିବାକୁ ଚେଷ୍ଟା କରିବା ସତ୍ତ୍ୱେ ବିଫଳ ହୋଇଥିଲେ ୩ ଡକାୟତ।