ପୁଅବୋହୂଙ୍କୁ କରୋନା ହୋଇଥିବାରୁ ଘରୁ ବାହାରି ପାରୁନଥିଲେ ବାପା, ଲୁଚି ଖସି ଯିବା ବେଳେ ତିନିମହଲାରୁ ଖସିଗଲା ଗୋଡ଼, ଆଉ ତାପରେ..

 
ପୁଅବୋହୂଙ୍କୁ କରୋନା ହୋଇଥିବାରୁ ଘରୁ ବାହାରି ପାରୁନଥିଲେ ବାପା, ଲୁଚି ଖସି ଯିବା ବେଳେ ତିନିମହଲାରୁ ଖସିଗଲା ଗୋଡ଼, ଆଉ ତାପରେ..

ଘରେ କରୋନା ଆକ୍ରାନ୍ତ ପୁଅ ବୋହୂ ଥିବାରୁ ବାହାରକୁ ଯାଇ ପାରୁନଥିଲେ ବୃଦ୍ଧ। ଘରେ ବସି ବସି ବିରକ୍ତ ହେଉଥିଲେ ମଧ୍ୟ ବାହାରକୁ ଛାଡୁନଥିଲେ ପୁଅ ବୋହୂ, ତେଣୁ ଘର ରେଲିଂ ରେ କପଡ଼ା ଲଗାଇ ତଳକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ତିନିମହଲା ଉପରୁ ଖସି ସବୁଦିନ ପାଇଁ ଆଖି ବୁଜିଦେଲେ ବୃଦ୍ଧ।

ଏହିଭଳି ଏକ ଚାଞ୍ଚଲ୍ୟକର ଖବର ଆସିଛି କୋଲକାତା ହାଜରା ରୋଡ୍ ସ୍ଥିତ ଏକ ଅପାର୍ଟମେଣ୍ଟ ରୁ, ଏହି ଖବର ମୁତାବକ ମୃତକ ଜଣକ ୮୭ ବର୍ଷୀୟ ବୃଦ୍ଧ ନାଗିନ ଦାସ ମୋହନଲାଲ ଜାଭେରୀ ବୋଲି ଜଣାପଡ଼ିଛି। ମୃତକଙ୍କ ପରିବାରଙ୍କ କହିବା ଅନୁଯାଇ ତାଙ୍କର ଉଭୟ ପୁଅ ଓ ବୋହୁ କରୋନା ଦ୍ୱାରା ଅକ୍ରାନ୍ତ ଅଟନ୍ତି ତେଣୁ ଗତ କିଛି ଦିନ ହେବ ତାଙ୍କୁ ବାହାରକୁ ଛଡ଼ା ଯାଉନଥିଲା।

ତେବେ ବୃଦ୍ଧ ଜଣକ ବାରମ୍ବାର ବିଭିନ୍ନ ଆଳ ଦେଖାଇ ଖସିଯିବାକୁ ଉଦ୍ୟମ କରୁଥିଲେ। ଶେଷରେ ବୁଧବାର ଦିନ ସକାଳେ ସେ ରହୁଥିବା ଫ୍ଲାଟ ର ରେଲିଂ ଉପରେ କପଡା ଲଗାଇ ଖସିବାକୁ ଉଦ୍ୟମ କରୁଥିବା ବେଳେ ଭାରସାମ୍ୟ ହରାଇ ତଳେ ପଡି ଯାଇଥିଲେ। ତେବେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। 

ଏହି ଘଟଣାରେ ପୋଲିସ ଏକ ମାମଲା ଦାୟର କରିବା ସହ ଛାନ୍-ବିନ ଜାରି ରଖିଥିବା ବେଳେ, ମୃତକଙ୍କ ପୁଅ ବୋହୂ କରୋନା ଆକ୍ରାନ୍ତ ହୋଇଥିବାରୁ ତାଙ୍କର ପ୍ରତିକ୍ରିୟା ନିଆ ଯାଇପାରିନଥିବା ସୂଚନା ମିଳିଛି।