ଦେଖନ୍ତୁ ଭିଡ଼ିଓ: ମାସ୍କ ପାଇଁ ଅମାନବିକତା ର ସୀମା ଟପିଗଲେ ବସ୍ ଡ୍ରାଇଭର, ମାସ୍କ ପିନ୍ଧି ନଥିବାରୁ ବୃଦ୍ଧଙ୍କୁ ମାରିଲେ ନିସ୍ତୁକ ମାଡ଼….

 
ଦେଖନ୍ତୁ ଭିଡ଼ିଓ: ମାସ୍କ ପାଇଁ ଅମାନବିକତା ର ସୀମା ଟପିଗଲେ ବସ୍ ଡ୍ରାଇଭର, ମାସ୍କ ପିନ୍ଧି ନଥିବାରୁ ବୃଦ୍ଧଙ୍କୁ ମାରିଲେ ନିସ୍ତୁକ ମାଡ଼….

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲଗାତାର ବଢୁଥିବା ସଂକ୍ରମଣ କୁ ନେଇ ଦେଶରେ ବିଭିନ୍ନ କଟକଣା ଲଗାଯାଇଛି। ଖାସ୍ କରି କରୋନା ସଂକ୍ରମଣ ବଢ଼ୁଥିବାରୁ ବିଭିନ୍ନ ରାଜ୍ୟ ନିଜର ସୀମା ଗୁଡିକ ସିଲ୍ କରିଦେଇଛନ୍ତି ଏବଂ ଅନ୍ତରାଜ୍ୟ ଯାତାୟତ ଉପରେ ରୋକ ଲାଗିଛି।

ଏଭଳି ପରିସ୍ଥିତିରେ ଏକ ହୃଦୟଥରା ଭିଡ଼ିଓ ସାମ୍ନା କୁ ଆସିଛି ଯେଉଁଥିରେ ମାସ୍କ ପିନ୍ଧି ନ ଥିବାରୁ ଜଣେ ପ୍ରବାସୀ ବୃଦ୍ଧ ଶ୍ରମିକଙ୍କୁ ନିର୍ଧୁମ ପିଟିଛନ୍ତି କେରଳ ର ଜଣେ ବସ୍ ଡ୍ରାଇଭର। ଏହି ଦୃଶ୍ୟ କ୍ୟାମେରା ରେ କଏଦ ହେବା ପରେ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଘଟଣା ଅନୁଯାଇ କେରଳର ଅଙ୍ଗାମାଲି ସହରର ଏକ ବସଷ୍ଟାଣ୍ଡରେ ଭି. ଆଣ୍ଟୋ ନାମକ ଜଣେ ବସ୍‌ ଡ୍ରାଇଭର ଉକ୍ତ ପ୍ରବାସୀ ବୃଦ୍ଧଙ୍କୁ ଏକ ବାଡ଼ି ସାହାଯ୍ୟରେ ପିଟିଛନ୍ତି। ଭିଡ଼ିଓରେ ବାରମ୍ବାର ବୃଦ୍ଧଙ୍କୁ ପିଟୁଥିବାର ଦୃଶ୍ୟ ଦେଖାଯାଉଥିବା ବେଳେ, ତାଙ୍କ ହାତରୁ ରକ୍ତ ବାହାରୁଥିବା ମଧ୍ୟ ଦେଖା ଯାଇଥିଲା। ଏହି ଭିଡ଼ିଓ ଭାଇରାଲ ହେବା ପରେ କେରଳ ଭିଜିଲାନ୍ସ ଟିମ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ ତାକୁ ଚାକିରୀ ରୁ ସସପେଣ୍ଡ କରିବା ସହ ଗିରଫ କରାଯାଇଥିଲା।