ଯାଜପୁରର ଯୁବତୀକୁ ଲକ୍ଷ୍ନୌରେ ବିଭତ୍ସ ହତ୍ୟା, ମାରିକି କାର୍ ରେ ରଖି ଅଭିଯୁକ୍ତ କଲା ଜଘନ୍ୟ କାଣ୍ଡ, ଜାଣନ୍ତୁ ପୁରା ଘଟଣା

 
Odia girl

ଲକ୍ଷ୍ନୌରେ ଓଡ଼ିଆ ଝିଅଙ୍କୁ ହତ୍ୟା! ଲକ୍ଷ୍ନୌର ବୃନ୍ଦାବନ ସେକ୍ଟର ୧୯ ଅଞ୍ଚଳରୁ ମିଳିଥିବା ଏକ ମୃତଦେହକୁ ନେଇ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ମୃତକାଙ୍କ ନାମ ସୁସ୍ମିତା ରାଉତ(୨୭) ହୋଇଥିବା ବେଳେ ଓଡିଶା ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବାଂକିପାଳ ଗ୍ରାମରେ ହୋଇଥିବା ଜଣାପଡିଛି। ତେବେ, ସୁସ୍ମିତାଙ୍କୁ ହତ୍ୟା କରାଯାଇ ଏହାକୁ ଏକ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। 

Car

ଦୁର୍ଘଟଣାଗ୍ରସ୍ତ ଏକ କାର୍ ଭିତରୁ ସୁସ୍ମିତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। କିନ୍ତୁ ଶବ ବ୍ୟବଚ୍ଛେଦ କରିବା ପରେ ତାଙ୍କର ତଣ୍ଟି ଚିପି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଷ୍ଣୁ ଦ୍ୱିବେଦୀ ଓରଫ ପୁନିତଙ୍କୁ ପୋଲିସ ଶନିବାର ସନ୍ଧ୍ୟାରେ ଧାନବାଦରୁ ଆଣି ଲକ୍ଷ୍ନୌରେ ପହଞ୍ଚିଛି। ତେବେ, ଏହି ମାମଲାରେ ସମ୍ପୃକ୍ତ ରହିଥିବା ପୁନିତର ଅନ୍ୟ ସାଙ୍ଗମାନଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଛି।

Odia girl

ଘଟଣାର ପୂର୍ବଦିନ ରାତିରେ ପୁନିତର ଜନ୍ମଦିନ ରହିଥିବା ବେଳେ ନିଜ ଭଡାଘରେ ସେ ପାର୍ଟି ଦେଉଥିଲା। ନିଶାସକ୍ତ ଅବସ୍ଥାରେ ସେମାନେ ସୁସ୍ମିତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ଅଭିଯୁକ୍ତମାନଙ୍କ କହିବା ଅନୁଯାଇ ସେହିଦିନ ରାତିରେ ଝଗଡା ହେବାରୁ ସୁସ୍ମିତା ଏକ ରୁମ୍ ଭିତରକୁ ଯାଇ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ।

ବିବାଦରେ ଫଶି ଯିବା ସନ୍ଦେହ କରି ଶବକୁ କାରରେ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସେମାନେ କହିଛନ୍ତି। ସୁସ୍ମିତାଙ୍କର ଗଳା ଏବଂ ଛାତିରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ:- ଭାରତର ସିପାହୀ ନିରା ଆର୍ଯ୍ୟାଙ୍କ କାହାଣୀ, ଯିଏ ସୁବାସ ବୋଷଙ୍କ ଜୀବନ ବଞ୍ଚାଇବାରୁ ତାଙ୍କ ଛାତିରୁ ଲୁଗା ଖୋଲି...