ଓଲିଉଡ଼ ଅଭିନେତାଙ୍କ କଳା କାରନାମା, ପ୍ରଥମ ସ୍ତ୍ରୀ ଥିବା ସତ୍ବେ କଲେ ଦ୍ୱିତୀୟ ବିବାହ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Mahila nka abhijog

ପରକୀୟା ପ୍ରୀତି ପାଇଁ ଭାଙ୍ଗିଗଲା ସୁନାର ସଂସାର। ଆଉ ଜଣେ ଯୁବତୀଙ୍କ ପାଇଁ ୧୪ ବର୍ଷର ବିବାହ ସମ୍ପର୍କ ଏବଂ ପିଲା ଛୁଆଙ୍କୁ ଭୁଲିଗଲେ ଓଡ଼ିଆ ଅଭିନେତା। ପ୍ରଥମ ସ୍ତ୍ରୀ ଥାଉ ଥାଉ ଆଉ ଜଣେ ଯୁବତୀଙ୍କୁ ଭଲପାଇ ବିବାହ କରିଥିବା ନେଇ ଅଭିନେତା ହରିଶ୍ ଖଣ୍ଡେୱାଲଙ୍କ ସ୍ତ୍ରୀ ଶୁଭଶ୍ରୀ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି।

Victim

ଶୁଭଶ୍ରୀଙ୍କ କହିବା ମୁତାବକ ସେ ୧୪ ବର୍ଷ ତଳେ ହରିଶଙ୍କୁ ବିବାହ କରିଥିଲେ ଓ ସେମାନଙ୍କର ୨ଟି ସନ୍ତାନ ମଧ୍ୟ ରହିଛି। ଏତେ ବର୍ଷ ହେବ ଉଭୟଙ୍କ ସମ୍ପର୍କ ଠିକ ଚାଲୁଥିଲେ ହେଁ ଗତ କିଛି ଦିନ ହେବ ସେମାନଙ୍କର ଦାମ୍ପତ୍ୟ ଜୀବନରେ ଭଟ୍ଟା ପଡ଼ି ଯାଇଥିଲା। ଏହି ସୁଯୋଗର ଫାଇଦା ଉଠାଇ ହରିଶ୍ ଜଣେ ଓଲିଉଡ ଆଲବମ୍ ହିରୋଇନଙ୍କୁ ଦ୍ଵିତୀୟ ବିବାହ କରିଛନ୍ତି। ହେଲେ ପ୍ରଥମ ସ୍ତ୍ରୀକୁ ଛାଡ଼ପତ୍ର ନଦେଇ ସେ ଦ୍ୱିତୀୟ ବିବାହ କେମିତି କଲେ ଏ ନେଇ ପ୍ରଶ୍ନ ଉଠିଛି। 

ସୋମବାର ଦିନ ସ୍ତ୍ରୀ ଶୁଭଶ୍ରୀ ଏଥିନେଇ ଓଡ଼ିଶା ମାନବାଧିକାର କାର୍ଯ୍ୟାଳୟର ଦ୍ବାରସ୍ଥ ହେଇଛନ୍ତି। ହରିଶ୍ ତାଙ୍କୁ ଧୋକା ଦେଇଛନ୍ତି ବୋଲି ମଧ୍ୟ ଶୁଭଶ୍ରୀ ଗଣମାଧ୍ୟମ ସାମ୍ନାରେ କହିଛନ୍ତି। ଏଥିସହିତ ଶୁଭଶ୍ରୀଙ୍କୁ ନ୍ୟାୟ ଦାବିରେ ଅଭିନେତ୍ରୀ ତଥା ସମାଜସେବୀ ସୋନଲୀ ମିଶ୍ର ମଧ୍ୟ ଆଗକୁ ଆସିଛନ୍ତି।