ପ୍ରେମ ବିବାହ ସତ୍ୱେ ଗର୍ଭବତୀ ଅବସ୍ଥାରେ ନବବଧୂକୁ ମାରିଦେଲେ ଶାଶୁଘର ଲୋକେ, ପୂରା ଘଟଣା ଜାଣି ହେବେ ଦୁଃଖିତ

 
ପ୍ରେମ ବିବାହ

ଭଲପାଇ ନିଜ ଜୀବନ ସାଥୀକୁ ନିଜେ ବାଛିଥିଲେ ପ୍ରଜ୍ଞାନସିନୀ ମହାନ୍ତି। ପରିବାର ଲୋକେ ଅରାଜି ହୋଇଥିଲେ ମଧ୍ୟ ଝିଅର ଜିଦ୍ ଆଗରେ ବାଧ୍ୟ ହୋଇ ବାହା ଦେଇଥିଲେ। କିନ୍ତୁ ଗର୍ଭବତୀ ଥିବାବେଳେ ଚାଲିଗଲା ଝିଅର ଜୀବନ। ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ।

ଏହି ଘଟଣା ମୁତାବକ କେନ୍ଦୁଝର ଜିଲ୍ଲା ନନ୍ଦୀପଦା ଥାନା ଅନ୍ତର୍ଗତ ଅଂରା ଗାଁର ଖଗେଶ୍ବର ଜେନା ଭଦ୍ରକ ଜିଲ୍ଲା ବିରହାଟମାଲପୁର ଗାଁର ସୁଧା ରଞ୍ଜନ ମହାନ୍ତିଙ୍କ ଝିଅକୁ ବିବାହ କରିଥିଲେ। ତେବେ ଖଗେଶ୍ୱର ନିଜ ପତ୍ନୀଙ୍କ ସହ ଭଦ୍ରକ ସାହାପୁରରେ ରହୁଥିଲେ କିନ୍ତୁ ଗତ ମେ ୧୦ ତାରିଖରେ ପ୍ରଜ୍ଞାସିନୀ ବାଥରୁମରେ ପଡ଼ି ଆହତ ହୋଇଥିବା କଥା ପ୍ରଜ୍ଞାସିନୀଙ୍କ ବାପାଙ୍କୁ ଫୋନରେ ଜଣାଇଥିଲେ ଖଗେଶ୍ୱର।

କିନ୍ତୁ ବାପଘର ଲୋକେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ଯାହାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ଏହି ଘଟଣାରେ ପ୍ରଜ୍ଞାସିନୀଙ୍କ ପରିବାର ଲୋକେ ଖଗେଶ୍ୱର ଏବଂ ତାଙ୍କ ପରିବାର ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଏହି ମାମଲାରେ ପୋଲିସ ଏକ ଏତଲା ଦାୟର କରି ତଦନ୍ତ ଜାରି ରଖିଛି।

From around the web