ଦେଖନ୍ତୁ ଭିଡ଼ିଓ: ପ୍ରଥମେ ସ୍ୱାମୀ ପାଇଁ ପ୍ରେମଭରା ଚିଠି ଲେଖିଲେ ଆଉ ତାପରେ ନିଜେ ଝୁଲିପଡି ଜୀବନ ହାରିଲେ ସ୍ତ୍ରୀ, ଜାଣନ୍ତୁ ସମ୍ପୂର୍ଣ ଖବର

 
Suicide

ହସଖୁସିରେ ବାପଘରକୁ ଯାଇ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ ଇତିଶ୍ରୀ। କିନ୍ତୁ, କିଏ ଅବା ଜାଣିଥିଲା ଯେ ଏହା ତାଙ୍କର ବାପ ଘରୁ ଶେଷ ବିଦାୟ ହେବ। ‘ଗେଲୁ, ତୁମକୁ ପାଇ ମୁଁ ସ୍ୱାମୀ ରୂପରେ ସାଙ୍ଗ ପାଇଛି। ତୁମକୁ ଛାଡ଼ି ଯିବାକୁ ଟିକେ ବି ଇଚ୍ଛା ନାହିଁ। କିଛି କାରଣରୁ ଆଜି ମୁଁ ମୋ’ ଜୀବନରେ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛି। ଏଥିପାଇଁ କେହି ଦାୟୀ ନୁହନ୍ତି, ଗେଲୁ ମୁଁ ସବୁବେଳେ ତୁମ ପରି ସ୍ୱାମୀ ଚାହିଁବି। ଠାକୁର ତୁମକୁ ବହୁତ ଭଲରେ ରଖନ୍ତୁ। ଜୀବନରେ ତୁମେ ବହୁତ ଆଗକୁ ଯାଅ।’ ଏପରି କିଛି ଲେଖି ଇତିଶ୍ରୀ ଦୁନିଆ ଛାଡ଼ି ଚାଲିଗଲେ।

ବାଲେଶ୍ୱର ସହରର ସହଦେବଖୁଣ୍ଟାରେ ଏଭଳି ଏକ ଦୁଃଖଦ ଘଟଣା ଘଟିଥିବା ବେଳେ ମୃତକା ଜଣକ ହେଉଛନ୍ତି ଇତିଶ୍ରୀ ପଣ୍ଡା। ସେ ୩ ବର୍ଷ ତଳେ ସହଦେବଖୁଣ୍ଟାର କାର୍ତ୍ତିକ ପଣ୍ଡାଙ୍କ ପୁଅ ରାଜେଶଙ୍କୁ ବିବାହ କରିଥିଲେ। ପୁଅ ବୋହୂଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିଥିବା ବେଳେ ଇତିଶ୍ରୀ ଏପରି ନିଷ୍ପତ୍ତି କାହିଁକି ନେଲେ ତାହା ସ୍ପଷ୍ଟ ଭାବରେ ଜଣାପଡିନାହିଁ।

ଅନ୍ୟପକ୍ଷରେ ତାଙ୍କ ଝିଅକୁ ଶାଶୂଘର ଲୋକେ ହତ୍ୟା କରିଥିବା ଇତିଶ୍ରୀଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାଇ ଇତିଶ୍ରୀଙ୍କର ଦୁଇ ଦୁଇ ଥର ଗର୍ଭପାତ ହୋଇ ସାରିଥିଲା। ଏଥିପାଇଁ ତାଙ୍କ ଶାଶୂଘର ଲୋକେ ବିଭିନ୍ନ ପ୍ରକାର କଥା କହିବା ସହିତ ନିର୍ଯ୍ୟାତନା ଦେଇ ଆସୁଥିଲେ।

ଇତିଶ୍ରୀଙ୍କର ମୃତ ଦେହରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଘଟଣା ପରେ ଇତିଶ୍ରୀଙ୍କ ଯା' ଦେଢ଼ଶୁର ଫେରାର ହୋଇଯାଇଥିବା ବେଳେ ସ୍ୱାମୀଙ୍କୁ ପୋଲିସ ଗିରଫ କରି ପଚରା ଉଚରା ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ:- ଶାରୀରିକ ସମ୍ପର୍କ ନ ରଖିଲେ ଶରୀରର ଏହି ତିନୋଟି ମହତ୍ତ୍ବପୂର୍ଣ୍ଣ ଅଙ୍ଗ ହୋଇଯାଇଥାଏ ଦୁର୍ବଳ, ଜାଣନ୍ତୁ କାରଣ