ଯୁବତୀଙ୍କ ଅଜବ୍ କାଣ୍ଡ: ବିମାନରେ ଶିଶୁକୁ ଜନ୍ମ ଦେଲେ ଏବଂ ଏହି କାରଣରୁ ଡ଼ଷ୍ଟବିନରେ ଫିଙ୍ଗିଦେଲେ, ଆଉ ତା ପରେ...

 
baby flight dusbin

ସୋସିଆଲ ମିଡିଆରେ ଅନେକ ଆଶ୍ଚର୍ଯ୍ୟଜନକ ଏବଂ ବିଚିତ୍ର ଖବର ଶୁଣିବାକୁ ମିଳିଥାଏ। ଏହିଭଳି ଏକ ଖବର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଛି ଯେଉଁଥିରେ ଜଣେ ଅବିବାହିତା ଯୁବତୀ ବିମାନରେ ସନ୍ତାନ ପ୍ରସବ କରି ତାକୁ ଡ଼ଷ୍ଟବିନରେ ଫିଙ୍ଗି ଦେଇଥିବା ମାମଲା ସାମ୍ନାକୁ ଆସିଛି। ତେବେ, ପୋଲିସ ଏହି ମାମଲାରେ ଅଭିଯୁକ୍ତ ଯୁବତୀଙ୍କୁ ଗିରଫ କରିଛି।

Plane toilet

ମିଳିଥିବା ସୂଚନା ଅନୁଯାଇ ମେଡାଗାସ୍କରର ୨୦ବର୍ଷର ଜଣେ ଯୁବତୀ ଏୟାର ମାରିସସ୍ ବିମାନରେ ଯାତ୍ରା କରୁଥିଲେ। ସର ସିବୋସାଗୁର ରାମଗୁଲାମ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସେ ଜାନୁଆରି ୧ ତାରିଖରେ ଅବତରଣ କରିଥିବା ବେଳେ ଉପସ୍ଥିତ ସୁରକ୍ଷା କର୍ମୀଙ୍କୁ ତାଙ୍କ ହାବଭାବ ବିଚିତ୍ର ଲାଗିଥିଲା।

baby

ଏୟାରଫୋର୍ସ ଅଫିସର୍ସ ରୁଟିନ କଷ୍ଟମ ଚେକ ସମୟରେ ସେମାନେ ବିମାନ ଶୌଚାଳୟରେ ଏକ ନବଜାତ ଶିଶୁକୁ ଦେଖିବାକୁ ପାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିଶୁଟିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାଯାଇଛି। ସନ୍ଦେହ ଘେରରେ ଥିବା ଉକ୍ତ ଯୁବତୀଙ୍କୁ ଶିଶୁ ବିଷୟରେ ପଚରା ଯାଇଥିବା ବେଳେ ସେ ଏହା ବିଷୟରେ ଜାଣିନଥିବା କହିଥିଲେ। କିନ୍ତୁ, ଡାକ୍ତରୀ ପରୀକ୍ଷାରେ ଏହା ତାଙ୍କର ଶିଶୁ ବୋଲି ଜଣାପଡ଼ିବା ପରେ ଯୁବତୀଙ୍କୁ ଗିରଫ କରାଯାଇଛି।