ରେଞ୍ଜ ରୋଭର୍ ହିଟ୍ ଆଣ୍ଡ ରନ୍ କେସ୍: କଣ ପାଇଁ ଗିରଫ ହେବେନି ନବ ଦାସ ପୁଅ ବିଶାଲ୍?
ଚର୍ଚ୍ଚାରେ ହିଟ୍ ଆଣ୍ଡ ରନ୍ କେସ୍! ଭୁବନେଶ୍ଵର ପାୱାର ହାଉସ ଛକରେ ଏଭଳି ଏକ ଘଟଣା ଘଟିଥିବା ବେଳେ ଏଥିରେ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଛି। କେବଳ ସେତିକି ନୁହେଁ ବାଇକ ଚଳାଉଥିବା ଜଣେ ଏକ୍ସ ସିଆଇଏସ୍ଏଫ୍ ଯବାନ ମଧ୍ୟ ଗୁରୁତର ଆହତ ହୋଇ ଜୀବନ ମରଣ ସହିତ ଯୁଦ୍ଧ କରୁଛନ୍ତି।
ସବୁଠାରୁ ବଡ଼ କଥା ହେଉଛି ଏହି ମାମଲାରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ବର୍ତ୍ତମାନର ଝାରସୁଗୁଡା ବିଧାୟିକାଙ୍କର ଭାଇ ବିଶାଲ ଦାସଙ୍କ ନାମ ସାମ୍ନାକୁ ଆସିଛି। ଏଠାରେ ପ୍ରଶ୍ନ ଉଠୁଛି କଣ ପାଇଁ ପୋଲିସ ବିଶାଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ? ଧନୀ ଘର ପୁଅ ବୋଲି ନା ଭଉଣୀ ବିଧାୟିକା ବୋଲି?
ଏହି ମାମଲାରେ ମୃତ୍ୟୁ ବରଣ କରିଥିବା ଲୋପାମୁଦ୍ରାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଥିବା ବେଳେ ପୋଲିସର ଆଗାମୀ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷରତ ରହିଛି ପରିବାର। ମଙ୍ଗଳବାର ଦିନ ଦ୍ୱିପ୍ରହରରେ OD-23-K-0006 ନମ୍ବର ବିଶିଷ୍ଟ ଏକ ରେଞ୍ଜ ରୋଭର ଧକ୍କାରେ ଗୁରୁତର ଆହତ ହୋଇଥିଲେ ଲୋପାମୁଦ୍ରା ଏବଂ କାହ୍ନୁଚରଣ।
ତିନିଦିନ ଧରି କଟକର ଏକ ଘରୋଇ ହସ୍ପିଟାଲରେ ଜୀବନ ମରଣ ସହିତ ଲଢ଼ି ଲଢ଼ି ଆଖି ବୁଜିଥିଲେ ଲୋପାମୁଦ୍ରା। ସାଧାରଣତଃ ଏଭଳି ଘଟଣାରେ ପୋଲିସ ତୁରନ୍ତ ଆକ୍ସନ ନେବା ସହିତ ଦୁର୍ଘଟଣା ଘଟାଇଥିବା ଗାଡ଼ିର ଯାଞ୍ଚ କରି ମାଲିକକୁ ପଚରାଉଚରା କରିଥାଏ। ଦରକାର ପଡିଲେ ଗିରଫ ମଧ୍ୟ କରିଥାଏ।
କିନ୍ତୁ, ବର୍ତ୍ତମାନ ସମୟରେ ପୋଲିସ ଏଭଳି କିଛି କରୁଥିବା ଦେଖିବାକୁ ମିଳିନାହିଁ। ଜଣେ କ୍ଷମତାଶୀଳ ନେତାଙ୍କ ପୁଅ ଅବା ବର୍ତ୍ତମାନ ସମୟରେ ବିଧାୟିକାଙ୍କ ଭାଇ ହୋଇଥିବାରୁ ପୋଲିସ ତାଙ୍କ ଉପରେ ଘଣ୍ଟ ଘୋଡାଉଅଛି କି? ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ପ୍ରତକ୍ଷଦର୍ଶୀଙ୍କ ଅନୁଯାଇ ବିଶାଲ୍ ନିଜେ ଗାଡି ଚଳାଉଥିବା ବେଳେ ଏପର୍ଯ୍ୟନ୍ତ ସୁଦ୍ଧା ବିଶାଲ କିମ୍ବା ତାଙ୍କର ବିଧାୟିକା ଭଉଣୀଙ୍କ ଠାରୁ କୌଣସି ଉତ୍ତର ମିଳିପାରିନାହିଁ।
ଆହୁରି ପଢ଼ନ୍ତୁ:- ଯଦି ପତ୍ନୀ ଘର ଛାଡ଼ି ପଳାଏ, ତେବେ ସ୍ୱାମୀଙ୍କୁ ଦ୍ୱିତୀୟ ବିବାହ ପାଇଁ କେତେ ବର୍ଷ ଅପେକ୍ଷା କରିବାକୁ ପଡିବ? ଜାଣନ୍ତୁ ନିୟମ