ଚତୁର୍ଥୀରେ ସ୍ତ୍ରୀ'ର ପ୍ରାଇଭେଟ୍ ପାର୍ଟରେ ପ୍ରେମିକ ନାଁର ଟାଟୁ ଦେଖି ହୋସ୍ ଉଡିଗଲା, ଥାନାର ଦ୍ୱାରସ୍ଥ ହେଲେ ସ୍ୱାମୀ, ଦେଖନ୍ତୁ ଭିଡ଼ିଓ

 
Swami fir

ପୂର୍ବରୁ ନାରୀମାନଙ୍କ ଉପରେ ହେଉଥିବା ନିର୍ଯାତନାକୁ ନେଇ ଅନେକ ଘଟଣା ସାମ୍ନାକୁ ଆସିସାରିଛି। କିନ୍ତୁ, ଆଜିକାଲି ଏହାର ରୂପରେଖ କିଛି ବଦଳିବାରେ ଲାଗିଛି କାରଣ ଏବେ ନାରୀମାନଙ୍କ ଦ୍ୱାରା ନିର୍ଯାତନାର ଶିକାର ହେଉଛନ୍ତି ପୁରୁଷ। ସାଧାରଣତଃ ଆମ ଦେଶର ଆଇନ କାନୁନ ମହିଳା ମାନଙ୍କୁ ଅଗ୍ରାଧିକାର ଦେଉଥିବାରୁ ଏହାର ଫାଇଦା ଉଠାଉଛନ୍ତି କିଛି ମହିଳା। ଖୋଦ୍ ରାଜଧାନୀ ଭୁବନେଶ୍ବରରେ ନିଜ ସ୍ତ୍ରୀ ଠାରୁ ଅକଥନୀୟ ନିର୍ଯ୍ୟାତନା ଏବଂ ହତ୍ୟା ଧମକ ପାଇ ପୋଲିସର ଆଶ୍ରୟ ନେଇଛନ୍ତି ଜଣେ ଯୁବକ। 

Victim

ମିଳିଥିବା ସୂଚନା ଅନୁଯାଇ ମୋହିତ ଶର୍ମା ନାମକ ଏହି ଯୁବକ ୨୦୨୦ ମସିହା ନଭେମ୍ବର ୨୫ ତାରିଖରେ ଉକ୍ତ ଯୁବତୀଙ୍କୁ ବିବାହ କରିଥିଲେ। କିନ୍ତୁ, ବିବାହ ପରେ ସ୍ତ୍ରୀ ଓ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେବା ଆରମ୍ଭ କରିଥିଲେ ଏପରିକି ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ମୋହିତ। ଫେସବୁକରୁ ଆରମ୍ଭ ହୋଇଥିବା ପ୍ରେମ ସମ୍ପର୍କର ଦ୍ୱାହି ଦେଇ ଯୁବତୀ ଜଣକ ତରତାରିଆ ଭାବରେ ମୋହିତଙ୍କୁ ବିବାହ କରିଥିଲେ। କିନ୍ତୁ, ବିବାହ ପରେ ସ୍ତ୍ରୀର ପ୍ରାଇଭେଟ ପାର୍ଟରେ ପୂର୍ବତନ ପ୍ରେମିକ ନାଁର ଟାଟୁ ଥିବା ଜାଣିବାକୁ ପାଇଥିଲେ ମୋହିତ। 

Mohit marriage

ଏପରିକି ବିବାହ କରିବା ପରେ ତାଙ୍କ ସ୍ତ୍ରୀ ଅନେକ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ମଧ୍ୟ ଅଭିଯୋଗ ହେଉଛି। ବାରମ୍ବାର ସ୍ତ୍ରୀ ଓ ଶ୍ୱଶୁର ଘରୁ ହତ୍ୟା ଧମକ ପାଇବା ପରେ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ମୋହିତ ପୋଲିସ ପାଖରେ ଅଭିଯୋଗ କରିଛନ୍ତି। ପୋଲିସ ପକ୍ଷରୁ ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ବାଧ୍ୟ ହୋଇ ସେ ଆତ୍ମହତ୍ୟା କରିବେ ବୋଲି ମୋହିତ ଗଣମାଧ୍ୟମକୁ କହିଛନ୍ତି।