୬ ମାସ ଧରି ଚାଲିଥିଲା ଚୋରାପିରତୀ, ମା’କୁ ନିଶା ଦେଇ ଝିଅ ସହ ରଖୁଥିଲା ଶାରୀରିକ ସମ୍ପର୍କ, ଜାଣନ୍ତୁ ପୂରା ଘଟଣା

 
Mother intoxicated by daughter

ବର୍ତ୍ତମାନ ସମୟର ଯୁବପିଢ଼ି ନିଜର କାମନା ଓ ବାସନାକୁ ଚାରିତାର୍ଥ କରିବା ପାଇଁ ଯେ କୌଣସି ସ୍ଥରକୁ ଖସିଯାଇ ପାରନ୍ତି ଏପରିକି ନିଜ ବାପା ମା ଏବଂ ପରିବାରକୁ ଅସୁବିଧାରେ ପକାଇବାକୁ ମଧ୍ୟ ପଛାଉ ନାହାନ୍ତି। ଖୋଦ୍ ରାଜଧାନୀ ଭୁବନେଶ୍ୱର ସ୍ଥିତ ଶୈଳଶୀ ବିହାରରେ ଜଣେ ନାବାଳିକା ପ୍ରେମିକ ସହ ରାସଲୀଳା କରିବା ପାଇଁ ନିଜ ମାଆଙ୍କୁ ଦୀର୍ଘ ୬ ମାସ ଧରି ନିଶାସକ୍ତ କରାଉଥିବା ଘଟଣା ସାମ୍ନାକୁ ଆସିଛି।

Intoxicated

ମିଳିଥିବା ଖବର ଅନୁଯାଇ ଏଠାରେ ନିଜ ବାସଭବନରେ ମା ଆଉ ତାଙ୍କ ନାବାଳିକା ଝିଅ ରୁହନ୍ତି। କୌଣସି କାରଣରୁ ତାଙ୍କ ବାପା ଜେଲ ଯାଇଥିବାରୁ। ଏହାର ସୁଯୋଗ ନେଇଥିଲା ରସୁଲଗଡ଼ର ଜଣେ ଯୁବକ, ସେ ନାବାଳିକା ଓ ତାଙ୍କ ମା ସହ ଭଲ ସଂପର୍କ ସ୍ଥାପନ କରି ସବୁଦିନ ତାଙ୍କ ଘରକୁ ଯିବା ଆସିବା କରୁଥିଲା। ବିଶେଷ ଯୋଜନା ସହ ଯୁବକ ଓ ନାବାଳିକା, ମା'ଙ୍କ ଖାଇବାରେ କିଛି ନିଶା ଦ୍ରବ୍ୟ ମିଶାଇ ଦେଉଥିଲେ। ସେ ଚେତାଶୂନ୍ୟ ହେବାପରେ, ଉଭୟେ ରାସଲୀଳାରେ ମାତି ଯାଉଥିଲେ। ଫଳରେ ନିଜେ ଘରେ ଥିଲେ ମଧ୍ୟ ମହିଳା ଝିଅର କଳା କାରନାମା ବିଷୟରେ କିଛି ଜାଣିପାରୁନଥିଲେ। 

Police station

ଗତ ୬ ମାସ ଧରି ଏପରି ଚାଲିବା ପରେ ଆଖପାଖ ଲୋକେ ଏହା ବିଷୟରେ ଜାଣିପାରି ନାବାଳିକାର ମାଆଙ୍କୁ ସୂଚାଇ ଦେଇଥିଲେ। ପରେ ମହିଳା ଜଣକ ଏ ସଂକ୍ରାନ୍ତରେ ନିକଟସ୍ଥ ଚନ୍ଦ୍ରଶେଖରପୁର ଥାନାରେ ଯୁବକଙ୍କ ନାଁରେ ଏତେଲା ଦେଇଥିଲେ। କିନ୍ତୁ, ତଦନ୍ତ ବେଳେ ମାଆଙ୍କର ଅନ୍ୟ ଏକ ଯୁବକଙ୍କ ସହ ଅନୈତିକ ସମ୍ପର୍କ ରହିଛି ବୋଲି ନାବଳିକା ପାଲଟା ଅଭିଯୋଗ କରିବା ପରେ ଘଟଣାରେ ଆଶ୍ଚର୍ଯ୍ୟଜନକ ମୋଡ଼ ଆସିଥିଲା। ଶେଷରେ ପୋଲିସ ଏହି ଘଟଣାର ଆପୋଷ ସମାଧାନ କରି ମା' ଏବଂ ଝିଅକୁ ଘରକୁ ପଠେଇ ଦେଇଥିବା ସୂଚନା ମିଳିଛି।