ଶିକ୍ଷିତ ମଣିଷର ସୈତାନ ରୂପ! ଗର୍ଭିଣୀ ଗାଈ ଉପରେ ଢ଼ାଳିଲେ ଗରମ ତେଲ, ଉତୁରିଗଲା ଛାଲ, ପୂରା ଘଟଣା ଜାଣି ଛାତି ଥରି ଉଠିବ

 
Garbhini gai

ନିଜକୁ ଶିକ୍ଷିତ ଏବଂ ସଭ୍ୟ ଭାବରେ ପରିଗଣିତ କରୁଥିବା ସ୍ମାର୍ଟସିଟିର ଆଧୁନିକ ମଣିଷ ପାଲଟିଛି ସୈତାନ। ପଶୁମାନଙ୍କ ଉପରେ କରୁଛି ଅକଥନୀୟ ଅତ୍ୟାଚାର। ଏଠାରେ ନିଜ ରାଗ ସୁଝାଇବା ପାଇଁ ମୁକ ପଶୁମାନଙ୍କ ଉପରେ କରାଯାଉଛି ଅକଥନିୟ ଅତ୍ୟାଚାର। ଅମାନବିକ ଭାବରେ ଏମାନଙ୍କ ଉପରେ ପିଙ୍ଗା ଯାଉଛି ଗରମ ତେଲ ଏବଂ ପାଣି ଯାହାର ଲୋମଟାଙ୍କୁରା ଦୃଶ୍ୟ ଅଟେ ଅତ୍ୟନ୍ତ ଯାତନାଦାୟକ।

ରାଜଧାନୀ ଭୁବନେଶ୍ୱରର ନୀଳାଦ୍ରୀବିହାର ଅଞ୍ଚଳରେ ଏକ ବୁଲା ଷଣ୍ଢ ଏବଂ ଗାଈ ଉପରେ କେହି ଜଣେ ବ୍ୟକ୍ତି ଗରମ ପାଣି କିମ୍ବ ତତଲା ତେଲ ଫିଙ୍ଗି ଦେଇଥିବା ଅଭିଯୋଗ ହେଉଛି। ଫୁଟନ୍ତା ତେଲ ପଡିବା ପରେ ଏମାନଙ୍କର ଛାଲ ଉତୁରି ଯାଇଛି। ତେବେ କିଏ ଏବଂ ଏପରି କାହିଁକି କରିଛି ତାହା ବର୍ତ୍ତମାନ ସମୟରେ ଅଜଣା ଥିବାବେଳେ ଏହି ଅକଥନୀୟ ଅତ୍ୟାଚାରର ଦୁଇଟି ଫୋଟୋ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

ସବୁଠାରୁ ବଡ଼ କଥା ହେଉଛି ଉକ୍ତ ଗାଈଟି ଗର୍ଭିଣୀ ଥିବା ଅନୁମାନ କରାଯାଉଛି। ପୂର୍ବରୁ ଗର୍ଭ ଯନ୍ତ୍ରଣାରେ ଥିବା ଗାଈଟି ଉପରେ ସୈତାନ ମଣିଷଟି କିପରି ଗରମ ପାଣି ପକାଇଲା ତାହା ଅନୁମାନ କରିବା ଅତ୍ୟନ୍ତ କଷ୍ଟକର ଅଟେ। 

ପୂର୍ବରୁ ମଧ୍ୟ ରାଜଧାନୀରେ ପଶୁମାନଙ୍କ ଉପରେ ଅତ୍ୟାଚାର ହେଉଥିବା ଦେଖିବାକୁ ମିଳିଛି। ପୂର୍ବରୁ କୁକୁର ଛୁଆ ଗୁଡିକୁ ଗାଡ଼ି ଚଢାଇ ହତ୍ୟା କରିବାର ଖବର ମଧ୍ୟ ସମ୍ନାକୁ ଆସିଥିଲା। ଏପର୍ଯ୍ୟନ୍ତ ଏପରି ଘୃଣ୍ୟ କାମ କରିଥିବା ଦୋଷୀମାନଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। କିନ୍ତୁ ଏମାନଙ୍କୁ ଚିହ୍ନଟ କରି ଉଚିତ ଶାସ୍ତି ଦେବା ପାଇଁ ଦାବି ଜୋର୍ ଧରିଛି।