ଓଡ଼ିଶାରେ ପୁଣି ଲଜ୍ଜା! ଷଷ୍ଠ ଶ୍ରେଣୀ ନାବାଳିକାକୁ ମାସେ କାଳ ଧରି ଗଣଦୁଷ୍କର୍ମ କରିଲେ ଦୁର୍ବୁତ୍ତ, ଆଉ ତାପରେ..

 
ଓଡ଼ିଶାରେ ପୁଣି ଲଜ୍ଜା! ଷଷ୍ଠ ଶ୍ରେଣୀ ନାବାଳିକାକୁ ମାସେ କାଳ ଧରି ଗଣଦୁଷ୍କର୍ମ କରିଲେ ଦୁର୍ବୁତ୍ତ, ଆଉ ତାପରେ..

ବର୍ତ୍ତମାନ ରାଜ୍ୟ ତଥା ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବା ବେଳେ ଏହି ଘଡିସନ୍ଧି ମୁହୂର୍ତ୍ତରେ ଅପରାଧ ମଧ୍ୟ ବଢ଼ିବାରେ ଲାଗିଛି। ତେବେ ବର୍ତ୍ତମାନ ଜଣେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ନାବାଳିକାକୁ ମାସେ କାଳ ଧରି ଗଣଦୁଷ୍କର୍ମ କରାଯିବା ଭଳି ଘୃଣ୍ୟ ଖବର ଚର୍ଚ୍ଚା କୁ ଆସିଛି।

ଏଭଳି ଦୁଃଖଦ ଓ ଲୋମ ଟାଙ୍କୁରା ଘଟଣା ଘଟିଛି ସାଲେପୁର ଅଞ୍ଚଳରେ। ଏହି ଖବର ମୁତାବକ ପୀଡିତା ଜଣକ ନିଜ ଘରେ ମା ଙ୍କ ସହିତ ରହିଥନ୍ତି। ଦିନେ ଘରେ ତାଙ୍କ ମା ନଥିବା ବେଳେ ୫ ଜଣ ଦୁର୍ବୁତ୍ତ ଆସି ତାଙ୍କୁ ବଳ ପୂର୍ବକ ଜଣକ ପରେ ଜଣେ ବଳାତ୍କାର କରିଥିଲେ। ତେବେ ଏହି ଘଟଣା ବିଷୟରେ ନିଜ ମା କୁ କହିବା ପରେ, ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରିବର୍ତ୍ତେ ଚୁପ ରହିବାକୁ ନିଜ ଝିଅକୁ କହିଥିଲେ।

ତେବେ ଚୁପ ରହିବାର ଫାଇଦା ଉଠାଇ ଦୁର୍ବୁତ୍ତ ମାନେ ପ୍ରାୟ ମାସେ କାଳ ଧରି ଉକ୍ତ ଯୁବତୀଙ୍କୁ ବଳାତ୍କାର କରି ଆସୁଥିଲେ। ତେବେ ଏହି ଘଟଣା ବିଷୟରେ ଯୁବତୀ ଜଣକ ନିଜ ବଡ଼ ଭଉଣୀଙ୍କୁ କହିବା ପରେ ଏହି ଖବର ପ୍ରକାଶ ପାଇଥିଲା। ତେବେ ଯୁବତୀଙ୍କ ଏକ ଏତଲା କୁ ଆଧାର କରି ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।