ଦେଖନ୍ତୁ ଭିଡିଓ: ମରିଗଲା ମାନବିକତା! ୮ ବର୍ଷର ଝିଅକୁ ଦୁଷ୍କର୍ମ କରିଲା ଦୁର୍ବୁତ୍ତ, ଜାଣନ୍ତୁ ପୁରା ଘଟଣା….

ମଣିଷ ସମାଜ ଯେତେ ଆଗକୁ ଯାଉଛି ଯେତେ ଶିକ୍ଷିତ ହେଉଛି, ଦିନକୁଦିନ ସେତିକି ଅପରାଧ ମଧ୍ୟ ବଢ଼ିବାରେ ଲାଗିଛି। ଦୁନିଆରେ ଦୁର୍ନୀତି, ଅନୀତି ଏବଂ ଦୁଷ୍କର୍ମ ଭଳି ଅପରାଧ ବଢ଼ିବାରେ ଲାଗିଛି। ମାତ୍ର ୮ ବର୍ଷର ଛୋଟ ଝିଅକୁ ଦୁଷ୍କର୍ମ କରିଛି ଯୁବକ। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଞ୍ଚଳରେ ଏଭଳି ଏକ ହୃଦୟଥରା ଘଟଣା ଘଟିଯାଇଛି।
ମିଳିଥିବା ସୂଚନା ଅନୁଯାଇ ଦିଲ୍ଲୀପ ସେଠୀ ଓରଫ୍ ଗୁଜୁରା ନାମକ ବ୍ୟକ୍ତି ବିବାହିତ ଅଟନ୍ତି ଏବଂ ତାର ମଧ୍ୟ ଏକ ଛୋଟ ଝିଅ ରହିଛି। ତେବେ, ସେହି ଗାଁକୁ ନିଜ ମାମୁ ଘର ବୁଲିବାକୁ ଆସିଥିବା ଛୋଟ ଝିଅଟି ଉପରେ ଗୁଜୁରାର ଖରାପ ନଜ଼ର ପଡିଥିଲା। ସେ ଜାମୁକୋଳି ଦେବ କହିକି ଝିଅଟିକୁ ବଣକୁ ନେଇ ଯାଇଥିଲା। ସେଠାରେ ସାନ ଝିଅଟିକୁ ବଳାତ୍କାର ମଧ୍ୟ କରିଥିଲା।
ଛୋଟ ଝିଅଟି କଷ୍ଟ ସମ୍ଭାଳି ନ ପାରି ଚିତ୍କାର କରିଥିଲେ ହେଁ ଗୁଜୁରା କୌଣସି କଥା ଶୁଣିନଥିଲା। ଏହା ବ୍ୟତୀତ କାହାକୁ ଏ କଥା କହିଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲା। ଝିଅଟି ଘରକୁ ଆସି କିଛି କହିନଥିଲେ ହେଁ ରାତିରେ ଭୀଷଣ କଷ୍ଟ ହେବାରୁ କଥାଟି ଜଣାପଡିଥିଲା। ପରିବାର ତରଫରୁ ଏଥିନେଇ ଏକ ଏତଲା ଦିଆଯାଇଛି। ପୋଲିସ ଗୁଜୁରାକୁ ଗିରଫ କରିଥିବା ବେଳେ ସେ ଝିଅଟିକୁ ଡାକିନଥିବା ବରଂ ସେ ବଳେ ବଳେ ତା ପଛରେ ଗୋଡ଼ାଇ ଆସିଥିବା କହିଛି ଗୁଜୁରା।