ନିଜ ୬ ବର୍ଷର ନାତୁଣୀକୁ ଦୁଷ୍କର୍ମ କଲା ଅଜା, ତା ପରେ ୨୦ ଟଙ୍କା ଦେଇ କହିଲା, ପାଟି ବନ୍ଦ ରଖ ନହେଲେ..

 
ନିଜ ୬ ବର୍ଷର ନାତୁଣୀକୁ ଦୁଷ୍କର୍ମ କଲା ଅଜା, ତା ପରେ ୨୦ ଟଙ୍କା ଦେଇ କହିଲା, ପାଟି ବନ୍ଦ ରଖ ନହେଲେ..

ମଧ୍ୟପ୍ରଦେଶର ଭୋପାଳ ସହରରୁ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହା ମାନବିକତା ଓ ପରିବାର ଉପରୁ ଲୋକଙ୍କର ଭରୋସା ଓ ବିଶ୍ୱାସ ଉଠାଇ ଦେବ। ଏଠାରେ ଜଣେ ବ୍ୟକ୍ତି ନିଜର ୬ ବର୍ଷର ନାତୁଣୀ କୁ ନିଜର ଜଣେ ବନ୍ଧୁ ସହ ମିଶି ବଳାତ୍କାର କରିଥିବା ଅଭିଯୋଗ ଆସିଛି। ଏହି ଘଟଣା ଶିଶୁଟିର ୩ ବର୍ଷର ଭାଇ ସାମ୍ନାରେ ଘଟିଥିଲେ ମଧ୍ୟ ତାକୁ ଚୁପ ରହିବାକୁ ଚାପ ପ୍ରୟୋଗ କରଯାଇଛି।

ଏହି ଘଟଣା ପ୍ରାୟ ୧୦ ଦିନ ପୂର୍ବରୁ ଭୋପାଳର କୋଲାର ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି ବୋଲି ଜଣାପଡ଼ିଛି।  କିନ୍ତୁ ଗତ ଗୁରୁବାର ଦିନ ଏହି ଘଟଣା ସାମ୍ନା କୁ ଆସିପାରି ଥିବା ଜଣାପଡିଛି।

ପୋଲିସ କହିବା ଅନୁଯାୟୀ ପ୍ରାଥମିକ ଅନୁସନ୍ଧାନ ବେଳେ ସଞ୍ଜୟ ନାମକ ଜଣେ ବ୍ୟକ୍ତି ଉଭୟ ପିଲାଙ୍କୁ ତାଙ୍କ ଘରକୁ ନେଇ ସେଠାରେ ବଳିକାଟିକୁ ବଳାତ୍କାର କରିଥିଲେ। ଏହାର କିଛି ସମୟ ପରେ ଝିଅର ଅଜା ମଧ୍ୟ ସେଠାକୁ ଆସିଥିଲେ ଏବଂ ସେ ମଧ୍ୟ ଝିଅଟିକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ କେଉଁ ଦିନ ଏହି ଘଟଣା ଘଟିଛି ତାହା ପିଲାମାନେ କହିପାରୁ ନାହାଁନ୍ତି ବୋଲି କହିଛି ପୋଲିସ।

ତେବେ ଭାଇ ଆଗରେ ଭଉଣୀର ଦୁଷ୍କର୍ମ କରିବା ପରେ ପିଲାଟିକୁ ୨୦ ଟଙ୍କା ଦେଇ ନିଜ ମୁହଁ ବନ୍ଦ ରଖିବାକୁ କହିଥିଲେ ଅଭିଯୁକ୍ତ। ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଉଭୟ ଅଭିଯୁକ୍ତଙ୍କ ଉପରେ ଏକ ମାମଲା ଦାୟର କରିବା ସହ ଉଭୟଙ୍କୁ ଗିରଫ କରିଥିବା ଜଣାପଡିଛି।