ରାକ୍ଷସ ବାପର ବର୍ବର କାଣ୍ଡ! ୨ ବର୍ଷ ଧରି ନିଜ ନାବାଳିକା ଝିଅକୁ କରୁଥିଲା ବଳାତ୍କାର, ପୂରା ଘଟଣା ଜାଣି ହେବେ ତାଜୁବ୍

 
Raped by father

ଆଜିକାଲି କାମନା ଓ ବାସନା ନିଆଁରେ ମଣିଷ ନିଜ ରକ୍ତର ସମ୍ପର୍କକୁ ମଧ୍ୟ ଭୁଲିଯାଉଛି। ଏହାର ଏକ ଜ୍ୱଳନ୍ତ ଉଧାରଣ ବିହାରର ମୁଜାଫରପୁର ଜିଲ୍ଲାରୁ ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତି ନିଜ ନାବାଳିକା ଝିଅକୁ ଦୀର୍ଘ ଦୁଇ ବର୍ଷ ହେବ ଦୁଷ୍କର୍ମ କରି ଆସୁଥିବା ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ବିଷୟରେ ପୀଡିତାଙ୍କ ମାଆ ଜାଣିବା ପରେ ଏଥିନେଇ ଥାନାରେ ଏତଲା ଦେଇଛନ୍ତି।

Raped

ମିଳିଥିବା ସୂଚନା ଅନୁଯାଇ ଅଭିଯୁକ୍ତ ବ୍ୟାଙ୍କ କର୍ମଚାରୀ ମୋତିହାରୀରେ ଗ୍ରାମୀଣ ବ୍ୟାଙ୍କ୍‌ରେ ମ୍ୟାନେଜର ଭାବରେ କାର୍ଯ୍ୟ କରି ଆସୁଥିଲେ। ସେ ୨୦ ପୂର୍ବେ ବିବାହ କରିଥିବା ବେଳେ ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ନାବାଳିକା ଝିଅ ରହିଛି। କିନ୍ତୁ, ଅଭିଯୋଗ ଅନୁଯାଇ ସେ ତାଙ୍କ ନାବାଳିକା ଝିଅଟିକୁ ଦୀର୍ଘ ୨ ବର୍ଷ ହେବ ଦୁଷ୍କର୍ମ କରି ଆସୁଥିଲେ। 

Minor girl raped

ଏଥିନେଇ ନାବାଳିକା ଜଣକ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ଲକ୍ଷ୍ମଣ ଦାସକୁ ଗିରଫ କରିଛି। ପ୍ରଥମେ ପୋଲିସ ଲକ୍ଷ୍ମଣକୁ ଅଟକ ରଖି ଜେରା କରିବା ସହ ପୀଡିତାଙ୍କର ଡାକ୍ତରୀ ମାଇନା କରାଇଥିଲା। ଏହାପରେ ପ୍ରାଥମିକ ତଦନ୍ତ ଏବଂ କିଛି ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଜେଲ ପଠାଇ ଦିଆଯାଇଥିବା ସୂଚନା ମିଳିଛି।