ଯୁବତୀ ସହ ଆପତ୍ତିଜନକ ଅବସ୍ଥାରେ ଧରାପଡ଼ିଲା ଯୁବକ, ଗଛରେ ବାନ୍ଧି ବହେ ଛେଚିଲେ ଗାଁଲୋକ ଆଉ ତାପରେ..

 
ଯୁବତୀ ସହ ଆପତ୍ତିଜନକ ଅବସ୍ଥାରେ ଧରାପଡ଼ିଲା ଯୁବକ, ଗଛରେ ବାନ୍ଧି ବହେ ଛେଚିଲେ ଗାଁଲୋକ ଆଉ ତାପରେ..

ମଧ୍ୟପ୍ରଦେଶର ଆଲିରାଜପୁର ଜିଲ୍ଲାରେ ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ କିଛି ଲୋକେ ଜଣେ ଯୁବକ ଏବଂ ଏକ ଝିଅକୁ ଦଉଡିରେ ବାନ୍ଧିବା ସହ ମାର-ପିଟ କରୁଥିବା ଘଟଣା ସାମ୍ନା କୁ ଆସିଛି।  ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଘଟଣା ଆଲିରାଜପୁରର ଜୋବଟ ପୋଲିସ ଷ୍ଟେସନର ଅନ୍ତର୍ଗତ ଛୋଟୀ ଖାତାଲି ଗ୍ରାମରେ ଘଟିଛି।  

ପ୍ରକୃତରେ ଏଠାରେ ଜଣେ ଯୁବକ ବିଳମ୍ବିତ ରାତିରେ ତା ଗର୍ଲଫ୍ରେଣ୍ଡଙ୍କୁ ଭେଟିବାକୁ ଆସିଥିବା ବେଳେ ଗାଁ ଲୋକଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ଗ୍ରାମବାସୀ ମାନେ ପ୍ରେମୀ ଯୁଗଳଙ୍କୁ ଧରି ଦଉଡିରେ ବାନ୍ଧି ଗାଁରେ ବୁଲାଇବା ସହ ମାର ପିଟ ମଧ୍ୟ କରିଥିବା ଅଭିଯୋଗ ହୋଇଛି। ତେବେ ଆକ୍ରମଣ କରିଥିବା ଲୋକେ ଝିଅଟିର ସମ୍ପର୍କୀୟ ବୋଲି କୁହାଯାଉଛି।

ରବିବାର ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଉକ୍ତ ଝିଅର ୬ ସମ୍ପର୍କୀୟ ମାନଙ୍କୁ ଗିରଫ କରିଛି। ଘଟଣାର ସୂଚନା ପାଇବା ପରେ ଏସପି ବିଜୟ ଭାଗବାନୀ, ଏଏସପି ବିଟୁ ସେହଗଲ ଘଟଣାସ୍ଥଳରେ ପହଞ୍ଚିଥିଲେ।

ତେବେ ଝିଅଟି ନାବାଳିକା ବୋଲି କୁହା ଯାଉଥିବା ବେଳେ, ଏହି ମାମଲାରେ ଝିଅ ଘର ପକ୍ଷରୁ ପୋଲିସ ରେ ଏକ ଏଫ୍ଆଇଆର୍ ଦିଆଯାଇଛି। ଏହି ଅଭିଯୋଗ କୁ ଆଧାର କରି ପୋଲିସ ପକ୍ସୋ ଆକ୍ଟ ଧାରା ୩୭୬ ଅନୁଯାୟୀ ଏକ ମାମଲା ରୁଜୁ କରିଛି।