ଦେଖନ୍ତୁ ଭିଡ଼ିଓ: 'ଯଦି ପୋଷ୍ଟମର୍ଟମ କରିବ, ତେବେ ୮ଶହ ଦିଅ... ମାଲ୍‌ ମାରିକି ଶବ କାଟିଦେବୁ..' ନବଜାତ ଶିଶୁର ପୋଷ୍ଟମର୍ଟମ୍ ପାଇଁ ମାଗିଲେ ଲାଞ୍ଚ

 
Postmortem

ମାତ୍ର କିଛି ଟଙ୍କା ପାଇଁ ଏଠି ମଣିଷ ଭୁଲି ଯାଉଛି ମାନବିକତା। ବାପ ସାମ୍ନାରେ ନବଜାତ ଶିଶୁଟିର ମୃତ୍ୟୁ ଘଟିଥିବା ବେଳେ ବ୍ୟବଚ୍ଛେଦ ପାଇଁ ମଗା ଯାଉଛି ଟଙ୍କା। ଆଜ୍ଞା ହଁ, ମୟୁରଭଞ୍ଜ ରାଇରଙ୍ଗପୁର ମେଡିକାଲ୍ ଠାରେ ଏଭଳି ହୃଦୟବିଦରକ ଦୃଶ୍ୟ ଦେଖିବାକୁ ମିଳିଛି। ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। 

ମିଳିଥିବା ସୂଚନା ଅନୁଯାଇ ମୟୁରଭଞ୍ଜ ମଣଦା ଅଞ୍ଚଳର ଜଣେ ପ୍ରସୂତୀଙ୍କ ପ୍ରସବ ବେଦନା ହେବା ପରେ ପରିବାର ଲୋକ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ପିଲାଟି ଜନ୍ମ ହେବାର ଦୁଇଦିନ ପରେ ତାର ମୃତ୍ୟୁ ଘଟିଥିଲା। ଡାକ୍ତରଙ୍କ ଅବହେଳା ହେତୁ ଏପରି ଘଟିଥିବା ନେଇ ପରିବାର ଅଭିଯୋଗ କରିବାରୁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ତେବେ, ବ୍ୟବଚ୍ଛେଦ କରିବା ପାଇଁ ଶବ ଡାକ୍ତରଖାନା ଆସିବା ପରେ ସେଠାରେ ଉପସ୍ଥିତ ଥିବା କର୍ମଚାରୀ ଏଥିପାଇଁ ୮ ଶହ ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ନ ଦେଲେ ବ୍ୟବଚ୍ଛେଦ ହୋଇପାରିବ ନାହିଁ ଏବଂ ଅଧା ଟଙ୍କା ଦେଲେ ଅଧା ରିପୋର୍ଟ ଦେବି ବୋଲି ଯୁବକ ଜଣକ କହୁଥିବା ସ୍ପଷ୍ଟ ଭାବରେ ଶୁଣିବାକୁ ମିଳୁଛି। ରାଇରଙ୍ଗପୁର ଡାକ୍ତରଖାନାରେ ଲାଞ୍ଚ ନେବାର ଏଭଳି ଘଟଣା କିଛି ନୂଆ କଥା ନୁହେଁ। ତଦନ୍ତ ପରେ ଦୋଷୀ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଇରଙ୍ଗପୁର ଏଡିଏମ ପ୍ରକାଶ କରିଛନ୍ତି।