ଅଶ୍ଳୀଳ ରେଭ୍ ପାର୍ଟି ଉପରେ ଚଢ଼ାଉ କଲା ପୋଲିସ, ହୀନା ପାଞ୍ଚାଲଙ୍କ ସମେତ ଗିରଫ ହେଲେ ୬ ଜଣ ନାମୀ ଅଭିନେତ୍ରୀ...

 
Hina panchal arrested

ହିନ୍ଦୀ ଏବଂ ମରାଠୀ ଚଳଚିତ୍ର ଗୁଡିକରେ ଅଭିନୟ କରିଥିବା ଲୋକପ୍ରିୟ ଅଭିନେତ୍ରୀ ହୀନା ପାଞ୍ଚାଲଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ। ରବିବାର ମହାରାଷ୍ଟ୍ରର ନାସିକ ଠାରେ ପୋଲିସ୍ ଏକ ରେଭ୍ ପାର୍ଟି ଉପରେ ଚଢାଉ କରିଥିଲା। ଯେଉଁଠାରୁ ହୀନାଙ୍କ ସମେତ ଅନେକ ଲୋକଙ୍କୁ ପୋଲିସ ଗିରଫ କରିଥିଲା।

ମରାଠୀ ବିଗ ବସ୍ ରୁ ଲୋକପ୍ରିୟ ହୋଇଥିବା ଏହି ଅଭିନେତ୍ରୀଙ୍କ ସମେତ ଏଠାରେ ଅନେକ ଲୋକଙ୍କୁ ଡ୍ରଗ୍ସ କାରବାର କରୁଥିବା ଅଭିଯୋଗରେ ଗିରଫ କରାଯାଇଛି। ଅଭିନେତ୍ରୀ ଜଣକ ସେଠାରେ ଡ୍ରଗ୍ସ ସେବନ କରିଛନ୍ତି କି ନାହିଁ ସେ ନେଇ ସଠିକ ସୂଚନା ମିଳିପାରି ନାହିଁ। ତେବେ ପୋଲିସ କହିବା ଅନୁଯାଇ ହୀନାଙ୍କ ସମେତ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଛି। ତେଣୁ ଏହାର ରିପୋର୍ଟ ଆସିଲେ ହିଁ ହୀନା ଡ୍ରଗ୍ସ ସେବନ କରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇପାରିବ।