ଦୁଷ୍କର୍ମ କଲେ, ଫିଲ୍ମ ଷ୍ଟାଇଲ୍‌ରେ ଆଙ୍ଗୁଠି କାଟି ରକ୍ତର ସିନ୍ଦୂର ପିନ୍ଧାଇଦେଲେ ପିଡୀତାକୁ ଯୁବକ, ଆଉ ତାପରେ..

 
Duskarama

ମାତ୍ର ତିନି ବର୍ଷର ଛୁଆକୁ ଧରି ବାରି ଦୁଆର ବୁଲୁଛନ୍ତି ମହିଳା, ନିଖୋଜ ସ୍ୱାମୀର ସନ୍ଧାନ ପାଇବା ପାଇଁ ପୋଲିସ ପାଖରେ ପହଞ୍ଚିଥିବା ବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଘଟଣାଟି ଝାରଖଣ୍ଡ ଧନବାଦ୍ ଅଞ୍ଚଳରେ ଘଟିଥିବା ନେଇ ସୂଚନା ମିଳିଛି। ତେବେ, ଏହି ମହିଳାଙ୍କୁ ତାଙ୍କର ଶାଶୂଘର ଲୋକେ ନିର୍ଯ୍ୟାତନା ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି।

Sindoor

ମହିଳା ଜଣକ କରିଥିବା ଅଭିଯୋଗ ଅନୁଯାଇ ୨୦୧୭ରେ ଧୈୟା ନାଗ ନଗର ଅଞ୍ଚଳର ଜଣେ ଯୁବକ ତାଙ୍କ ସହ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ। ଏହାପରେ ଲୋକଲଜ୍ଜାରୁ ବର୍ତ୍ତିବା ପାଇଁ ସେ ନିଜ ହାତ କାଟି ରକ୍ତ ସିନ୍ଦୁର ପିନ୍ଧାଇ ଦେଇଥିଲେ। ଏହାପରେ ସେ ବାହା ହୋଇ ଶାଶୂ ଘରକୁ ଆସିଥିଲେ ହେଁ ସେଠାରେ ତାଙ୍କୁ କେହି ପସନ୍ଦ କରୁନଥିଲେ। ତେଣୁ, ଗତ କିଛି ସମୟ ହେବ ସେମାନେ ବାହାରେ ଘର ଭଡ଼ା ନେଇ ରହୁଥିବା ମହିଳା ଜଣକ କହିଛନ୍ତି।

Raped

ତେବେ, କିଛିଦିନ ତଳେ ଯୁବକ ଜଣକ ସ୍ତ୍ରୀ ଓ ସନ୍ତାନକୁ ଛାଡ଼ି କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ଏଥିନେଇ ମହିଳା ଜଣକ ତାଙ୍କ ଶାଶୂ ଘରକୁ ଯାଇ ପଚାରିବାରୁ ସେମାନେ ତାଙ୍କୁ ମାଡ଼ ମାରିବା ସହ ହତ୍ୟା କରିବା ପାଇଁ ଉଦ୍ୟମ କରିଥିବା ଜଣାଯାଇଛି। ତେବେ, ଗଣମାଧ୍ୟମ ରିପୋର୍ଟ ଅନୁଯାଇ ଉକ୍ତ ମହିଳାଙ୍କର ତାଙ୍କ ସ୍ୱାମୀଙ୍କ ସହିତ ଭଲ ସମ୍ପର୍କ ନଥିଲା। ଉଭୟଙ୍କ ଭିତରେ ଝଗଡ଼ା ଲାଗି ରହୁଥିବାରୁ ମହିଳା ଜଣକ ପୂର୍ବରୁ ୩ ଥର ଆଇନର ଆଶ୍ରୟ ନେଇ ସାରିଛନ୍ତି। ପତ୍ନୀ ଓ ଝିଅର ଯତ୍ନ ନେବ ବୋଲି ଯୁବକ ଜଣକ ଥାନାରେ ଲିଖିତ ଭାବେ କହିଥିଲେ ହେଁ ସେ ଏବେ କେଉଁଆଡ଼େ ଉଭାନ ହୋଇଯାଇଛନ୍ତି।

From around the web