ପ୍ରେମ ବିବାହର ଭୟଙ୍କର ଦଣ୍ଡ! ପ୍ରେମିକାର ପରିବାର ଲୋକେ କାଟିଦେଲେ ପ୍ରେମିକର ପ୍ରାଇଭେଟ ପାର୍ଟ, ଆଉ ତାପରେ...

 
Bahaghara

ଘରୁ ଫେରାର ହୋଇ ପ୍ରେମ ବିବାହ କରିଥିବାରୁ ଯୁବକଙ୍କ ପ୍ରାଇଭେଟ ପାର୍ଟ କଟିଦେଲେ ଝିଅ ଘର ଲୋକେ। ଦିଲ୍ଲୀର ରାଜୌରୀ ଗାର୍ଡେନରୁ ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଥିବା ନେଇ ଖବର ଆସିଛି। ପୀଡିତ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ, ଅଧିକ ରକ୍ତସ୍ରାବ ହୋଇ ଯାଇଥିବାରୁ ତାଙ୍କର ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

Marriage

ମିଳିଥିବା ସୂଚନା ଅନୁଯାଇ ଦିଲ୍ଲୀ ରଘୁବୀର ନଗରରେ ରହୁଥିବା ୨୨ ବର୍ଷୀୟ ଯୁବକଙ୍କର ସାଗରପୁରରେ ରହୁଥିବା ଜଣେ ୨୦ ବର୍ଷୀୟା ଯୁବତୀଙ୍କ ସହିତ ଦୀର୍ଘ ୨ ବର୍ଷ ହେବ ପ୍ରେମ ସମ୍ପର୍କ ରହିଥିଲା। ସେମାନେ ପରସ୍ପରକୁ ଭଲପାଉଥିବା ଏବଂ ବିବାହ କରିବାକୁ ଚାହୁଁଥିବା ନେଇ ପରିବାରକୁ ବୁଝାଇଥିଲେ ହେଁ ସେମାନେ ଏହାକୁ ସ୍ୱୀକୃତି ଦେଇନଥିଲେ। ଫଳରେ ପ୍ରେମୀଯୁଗଳ ଘରୁ ଫେରାର ହୋଇ ଡିସେମ୍ବର ୨୧ରେ ଜୟପୁରରେ ବିବାହ କରିଥିଲେ। ପରେ ସେମାନେ ଦିଲ୍ଲୀ ଫେରିଆସି ରାଜୌରି ଗାର୍ଡେନରେ ରହିବାକୁ ଲାଗିଥିଲେ।

Cut

ସେମାନେ ଫେରିଆସିଥିବା ଜାଣି ପ୍ରେମିକା ଘର ଲୋକେ ତାଙ୍କୁ ଘରକୁ ଡାକିଥିଲେ। ଏହି ପ୍ରେମୀଯୁଗଳ ସାଗରପୁର ଠାରେ ପହଞ୍ଚିବା ପରେ ସେଠି ଯୁବକଙ୍କୁ ଝିଅ ଘର ଲୋକେ ନିସ୍ତୁକ ମାଡ଼ ମାରିଥିଲେ। ଏହାପରେ ଯୁବକଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ତାଙ୍କ ପ୍ରାଇଭେଟ ପାର୍ଟକୁ କାଟି ଫିଙ୍ଗି ଦେଇଥିଲେ। ପୋଲିସ ଘଟଣା ବିଷୟରେ ଖବର ପାଇ ଅଭିଯୁକ୍ତ ପରିବାରରୁ କିଛି ଲୋକଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ଜଣାଯାଇଛି।