ପ୍ରେମ ବିବାହ ପରେ ସ୍ତ୍ରୀର ହାତ ଛାଡିଲା ସ୍ୱାମୀ! ଘରଭଡା ଦେଇ ପାରିଲାନାହିଁ ବୋଲି ଦରବୁଢ଼ୀ ଘର ମାଲିକାଣୀକୁ କରିଲା ବିବାହ….

 
Marriage

ଘରଭଡା ଦେଇ ପାରିଲାନାହିଁ ବୋଲି ଦରବୁଢ଼ୀ ଘରମାଲିକକୁ ବିବାହ କରିଲା ୨୫ ବର୍ଷୀୟ ଭେଣ୍ଡିଆ ଯୁବକ। ଆଜ୍ଞା ହଁ, ଏଭଳି ହିଁ ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେଉଛି। ମନ୍ଦିରରେ ଉଭୟେ ବିବାହ କରିଥିବା ବେଳେ ସେମାନଙ୍କୁ ଜଣେ ଯୁବତୀ ବିରୋଧ କରୁଥିବା ସ୍ପଷ୍ଟ ଦେଖିବାକୁ ମିଳିଛି।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର:

Follow our WhatsApp channel and get all the Latest news:

WhatsApp Channel (Join Now) Join Now

ପ୍ରକୃତ କଥା ଜାଣିଲେ ହୁଏତ ଆପଣଙ୍କୁ ଅଜବ ଲାଗିପାରେ କାରଣ ବିରୋଧ କରୁଥିବା ଯୁବତୀ ଜଣକ ବିବାହ କରିଥିବା ଯୁବକଙ୍କର ପ୍ରକୃତ ପତ୍ନୀ ବୋଲି ଜଣାପଡିଛି। ଯୁବତୀଙ୍କୁ ମାତ୍ର ୨୧ ବର୍ଷ ହୋଇଥିବା ବେଳେ ସେ ଯୁବକଙ୍କ ସହିତ ପ୍ରେମ ବିବାହ କରି ଫେରାର ହୋଇ ଆସିଥିଲେ। ଯୁବକ ଜଣକ ତାଙ୍କୁ ଏକ ଭଡା ଘରେ ରଖିଥିଲେ।

କିଛି ଦିନ ଭଲ ଚାଲିଥିବା ବେଳେ କିନ୍ତୁ ଅଭାବ ଅନାଟନ ହେତୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ଆରମ୍ଭ ହୋଇଥିଲା। ଶେଷରେ ଯୁବତୀଙ୍କ ସହିତ ତାଙ୍କ ସ୍ୱାମୀ କଥାବାର୍ତ୍ତା ବନ୍ଦ କରି ଦେଇଥିଲେ। ଅନ୍ୟପକ୍ଷରେ ଘରଭଡା ଦେବାକୁ ମଧ୍ୟ ଉଭୟେ ସକ୍ଷମ ହୋଇନଥିଲେ। ଏପରି ପରିସ୍ଥିତିରେ ସେମାନଙ୍କର ଫାଇଦା ଉଠାଇଥିଲା ଘର ମାଲିକ।

ଟଙ୍କା ଲୋଭ ଦେଖାଇ ଦରବୁଢ଼ୀ ଘରମାଲିକ ଯୁବକ ଜଣଙ୍କୁ ପ୍ରେମଜାଲରେ ଫସାଇ ଦେଇଥିଲା। ଯାହାଫଳରେ ଉଭୟେ ଏକ ମନ୍ଦିରରେ ବିବାହ କରିଥିଲେ। ସ୍ୱାମୀ ମନ୍ଦିରରେ ବାହା ହେଉଥିବା ଜାଣି ଯୁବତୀ ଜଣକ ସେଠାରେ ପହଞ୍ଚିଥିଲେ ହେଁ ସେତବେଳକୁ ବିବାହ ସମ୍ପନ୍ନ ହୋଇ ସାରିଥିଲା। ଏପରିକି ଯୁବକ ଜଣକ ନିଜ ପ୍ରଥମ ପତ୍ନୀକୁ ପାଖରେ ରଖିବାକୁ ମଧ୍ୟ ମନା କରି ଦେଇଥିଲା। ସମ୍ପୃକ୍ତ ଘଟଣା କେଉଁଠାରେ ଘଟିଛି ତାହା ନେଇ ସ୍ପଷ୍ଟ କୌଣସି ସୂଚନା ମିଳିପାରିନାହିଁ। ତେବେ, ଏହାର ଭିଡ଼ିଓ ଖୁବ୍ ଭାଇରାଲ ହେଉଛି।

ଆହୁରି ପଢ଼ନ୍ତୁ:- ୮ ବର୍ଷ ଧରି ପ୍ରେମ କଲା, ଶାରୀରିକ ସମ୍ପର୍କ ରଖି ଧୋକା ଦେଇଦେଲା ପୋଲିସ ବାବୁ! ନ୍ୟାୟ ଭିକ୍ଷା କରୁଛି ପ୍ରେମିକା….