ସୁନ୍ଦରୀ ପାଇଁ ସର୍ବନାଶ! ଇଂଲଣ୍ଡ ଯୁବତୀ ଜାଲରେ ପଡ଼ି ବିବାହ ପାଇଁ ହେଉଥିଲେ କନକନ, ୪ଲକ୍ଷ ଲୁଟିନେଲା, ଜାଣନ୍ତୁ ପୂରା ଘଟଣା

 
Fhasigale jubaka

ବିବାହ ପାଇଁ ସୁନ୍ଦରୀ ସ୍ତ୍ରୀ ଖୋଜୁ ଖୋଜୁ ଫସିଗଲେ ଯୁବକ। ମାଟ୍ରିମୋନି ସାଇଟ ଜରିଆରେ ଇଂଲଣ୍ଡ ସୁନ୍ଦରୀ ଠକି ନେଲେ ପ୍ରାୟ ୪ ଲକ୍ଷ ଟଙ୍କା। ଏହିପରି ଏକ ଅଭିନବ ଠକେଇର ଶିକାର ହୋଇଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ଗାଁର ସର୍ବପ୍ରସନ୍ନ ପଣ୍ଡା। 

ସମ୍ପୂର୍ଣ୍ଣ ଘଟଣା ମୁତାବକ ସର୍ବପ୍ରସନ୍ନ ବାହା ହେବାପାଇଁ ଜଣେ ସୁନ୍ଦରୀ ଏବଂ ଉଚ୍ଚଶିକ୍ଷିତା ଝିଅ ଖୋଜୁଥିଲେ। ଯେଉଁଥିପାଇଁ ସେ ଭାରତ ମାଟ୍ରିମୋନିର ଓଡ଼ିଆ ସାଇଟରେ ନିଜର ଅକାଉଣ୍ଟ ଖୋଲିଥିଲେ। ଏହି ଅକାଉଣ୍ଟ ଖୋଲିବାର କିଛି ଦିନ ଭିତରେ ଏହାରି ମାଧ୍ୟମରେ ପ୍ରୀତି ରାଜପୁତ ନାମକ ଜଣେ ଯୁବତୀ ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ସର୍ବପ୍ରସନ୍ନ ଯୁବତୀଙ୍କ ପ୍ରୋଫାଇଲ ସର୍ଚ୍ଚ କରିବା ପରେ ସେ ଛତିଶଗଡ଼ର ମୂଳ ବସିନ୍ଧା ଏବଂ ଇଂଲଣ୍ଡରେ ଡାକ୍ତର ଥିବା ଜାଣିବାକୁ ପାଇଥିଲେ।

ତେବେ ଯୁବତୀ ଜଣକ ଏହାପରେ ତାଙ୍କ ସହ +447438575383 , +447404101881 ନମ୍ବରରେ ହ୍ବାଟସଆପ୍‌ ମାଧ୍ୟମରେ କଥା ବାର୍ତ୍ତା ହେଉଥିଲା। ଏପରିକି ଏହି ଇଂଲଣ୍ଡ ସୁନ୍ଦରୀଙ୍କ ପ୍ରେମରେ ସର୍ବପ୍ରସନ୍ନ ଏତେ ବିଭୋର ହୋଇଯାଇଥିଲେ ଯେ ଦିନେ କଥା ନ ହେଲେ ରହିପାରୁନଥିଲେ। ଏହାର କିଛି ଦିନ ପରେ ଯୁବତୀ ଜଣକ ଇଂଲଣ୍ଡରୁ ଏକ ଗିଫ୍ଟ ପଠାଇଥିବା କଥା କହିଥିଲେ।

ଏହାର କିଛି ଦିନ ପରେ 0599514623 ନମ୍ବରରୁ ଆଉ ଜଣେ ଯୁବତୀ ଫୋନ କରି ପ୍ରୀତି ପଠାଇଥିବା ଗିଫ୍ଟଟି ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ନେଇ ସୂଚନା ଦେଇଥିଲେ। କିନ୍ତୁ ଭାରତୀୟ ଟଙ୍କା ଅନୁଯାଇ ଆସିଥିବା ଗିଫ୍ଟଟିର ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା ହୋଇଥିବାରୁ ଏହାକୁ ପାଇବାକୁ ହେଲେ କିଛି ଟଙ୍କା ଜମା କରିବାକୁ ପଡିବ ବୋଲି କୁହାଯାଇଥିଲା।

ଏଥିପାଇଁ ସର୍ବପ୍ରସନ୍ନ ପ୍ରଥମେ ଥର ପାଇଁ ୮୫,୦୦୦ ଟଙ୍କା ଦେଇଥିଲେ ଏବଂ ପରେ ପରେ ତିନୋଟି କିସ୍ତିରେ ୩ ଲକ୍ଷ ୯୫ ହଜ଼ାର ଟଙ୍କା ଦେଇଥିଲେ। ଏହାପରେ ମଧ୍ୟ ସେମାନେ ଆହୁରି ଟଙ୍କା ମାଗିବାରୁ ସେ ଠକାମିର ଶିକାର ହୋଇଛନ୍ତି ବୋଲି ସର୍ବପ୍ରସନ୍ନଙ୍କୁ ଲାଗିଥିଲା। ସେଥିପାଇଁ ସେ ନିକଟସ୍ଥ ନେମାଳ ଥାନା ଓ ସାଇବର ସେଲ୍ ରେ ଏଥିନେଇ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜ କରିଛି ନେମାଳ ପୋଲିସ୍। ଏଥିସହିତ ସାଇବର୍ ସେଲ୍ ସହ ଯୋଗାଯୋଗ କରାଯାଇଛି। ଏହି ଠକ ଗ୍ୟାଙ୍ଗକୁ ଧରିବାକୁ ତଦନ୍ତ ଚାଲିଥିବା ନେଇ ସାଲେପୁର ଏସ. ଡି. ପିଓ ସୂଚନା ଦେଇଛନ୍ତି।