ପୁଅ ନା ସୈତାନ!! ଅଣ୍ଡା ତରକାରୀ ରୋଷେଇ ନ କରିବାରୁ ମାଆକୁ ହାଣି ହତ୍ୟା କଲା ପୁଅ, ଜାଣନ୍ତୁ ପୂରା ଘଟଣା

 
Murder

ସାମାନ୍ୟ ଅଣ୍ଡା ତରକାରୀ ପାଇଁ ନିଜ ମାଆକୁ ହତ୍ୟା କରିଦେଲା ପୁଅ। କଥାଟି ଶୁଣିଲେ ଦେହ ଶିହରି ଉଠୁଥିବା ବେଳେ ଝାରସୁଗୁଡା ସଦରଥାନା ଅନ୍ତର୍ଗତ ଇବ ଗାଁରେ ଏହିଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି। ପୋଲିସ ଘଟଣା ବିଷୟରେ ସୂଚନା ପାଇ ସେଠାରେ ପହଞ୍ଚିଥିଲା। ସେଠାରୁ ପୋଲିସ ଶବ ଜବତ କରିବା ସହ ଅଭିଯୁକ୍ତ ପୁଅ ରାଜେଶ ଭୋଇକୁ ଗିରଫ କରିଛି।

Murder

ମିଳିଥିବା ସୂଚନା ଅନୁଯାଇ ଇବ୍ ଗାଁରେ ରହୁଥିବା ୪୫ ବର୍ଷୀୟା କୁମୋଦିନୀ ଭୋଇ ସୋମବାର ରାତିରେ ନିଜ ଘରେ ରୋଷେଇ କରୁଥିଲେ। ଏହି ସମୟରେ ତାଙ୍କ ପୁଅ ରାଜେଶ ଅଣ୍ଡା ନେଇ ଘରକୁ ଆସିଥିଲା ଏବଂ ଏହାକୁ ତରକାରୀ କରିବା ପାଇଁ କହିଥିଲା। କିନ୍ତୁ କୌଣସି କାରଣରୁ କୁମୋଦିନୀ ଅଣ୍ଡା ତରକାରୀ କରିବା ପାଇଁ ରାଜି ହୋଇନଥିଲେ। ଏହି ସାମାନ୍ୟ କଥାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।

Police station

ଏଥିରେ ଉତକ୍ଷିପ୍ତ ହୋଇ ରାଜେଶ ଏକ ଧାରୁଆ ଅସ୍ତ୍ରରେ କୁମୋଦିନୀଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ କୁମୋଦିନୀଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ, ଏଥିନେଇ ମୃତ ମହିଳାଙ୍କ ଦିଅର ହେମସାଗର ଭୋଇ ସଦରଥାନାକୁ ଯାଇ ଏତଲା ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ରାଜେଶ ନାମରେ ଏକ ହତ୍ୟା ମାମଲା ରୁଜୁ କରି ତାକୁ ଗିରଫ କରିଥିବା ଜଣାପଡ଼ିଛି।