ପ୍ରେମିକାକୁ ଫୋନ୍ କରୁଥିଲା ବୋଲି ସାଙ୍ଗର ମୁଣ୍ଡ କଟିଦେଲା ଯୁବକ! ହୃତପିଣ୍ଡ ବାହାର କରି ଥାନାରେ ପହଞ୍ଚିଲା, ଆଉ ତାପରେ...

 
Friends

ଦିନକୁ ଦିନ ହିଂସା ଏବଂ ପ୍ରେମଜନିତ ଅପରାଧ ବଢ଼ିବାରେ ଲାଗିଛି। ଏଭଳି ହିଁ ଏକ ସମ୍ବେଦନଶୀଳ ଘଟଣା ହାଇଦ୍ରାବାଦରେ ଘଟିଯାଇଛି। ଏଠାରେ ଜଣେ ଯୁବକ ନିଜ ସାଙ୍ଗରେ ମୁଣ୍ଡ କାଟି ହତ୍ୟା କରିଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ ସେ ମୃତକଙ୍କର ହୃତପିଣ୍ଡ ବାହାର କରି ଥାନାରେ ଆତ୍ମସମର୍ପଣ କରିଛି। ପ୍ରେମଜନିତ ଘଟଣାରୁ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

Murder

ମିଳିଥିବା ସୂଚନା ଅନୁଯାଇ ନବୀନ ଓ ହରିହର କୃଷ୍ଣ ଏକାଠି ଦିଲ୍‌ସୁଖନଗର କଲେଜରୁ ଯୁକ୍ତ ଦୁଇ ପାସ୍ କରିଥିଲେ। ସେଠାରେ ଉଭୟେ ଜଣେ ଯୁବତୀଙ୍କୁ ଭଲପାଉଥିବା ବେଳେ ନବୀନ ତାଙ୍କୁ ପ୍ରେମ ନିବେଦନ କରିଥିଲେ। ନବୀନ ଏବଂ ଉକ୍ତ ଯୁବତୀ କିଛି ଦିନ ପ୍ରେମ ସମ୍ପର୍କରେ ରହିବା ପରେ କୌଣସି କାରଣରୁ ଉଭୟଙ୍କର ବ୍ରେକ୍-ଅପ୍ ହୋଇଯାଇଥିଲା। ଯାହାପରେ କୃଷ୍ଣ ଉକ୍ତ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଏବଂ ଉଭୟେ ସମ୍ପର୍କରେ ରହିଥିଲେ।

Heart

କିନ୍ତୁ, ବ୍ରେକ୍-ଅପ୍ ହେବାପରେ ମଧ୍ୟ ନବୀନ ଉକ୍ତ ଯୁବତୀଙ୍କୁ ମେସେଜ୍ ଏବଂ କଲ୍ କରିବା ଜାରି ରଖିଥିଲେ। କୃଷ୍ଣ ଏହି କଥାରେ ଉତକ୍ଷିପ୍ତ ହେବାସହିତ ନବୀନକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା। ଗତ ଫେବ୍ରୁଆରି ୧୭ ତାରିଖ ରାତିରେ ମଦ ପିଇବା ପରେ ଉଭୟଙ୍କର ବଚସା ହୋଇଥିଲା। ଯାହାପରେ କୃଷ୍ଣ ନବୀନଙ୍କୁ ତଣ୍ଟି ଚିପି ହତ୍ୟା କରିବା ସହିତ ତାର ହାତ ଆଙ୍ଗୁଠି ଏବଂ ଯୌନାଙ୍ଗ ମଧ୍ୟ କାଟି ଦେଇଥିଲା। ପରେ ନବୀନର ହୃତପିଣ୍ଡ ଅଲଗା କରି ଥାନାରେ ପହଞ୍ଚିଥିବା ସୂଚନା ମିଳିଛି।