ଦେଖନ୍ତୁ ଭିଡ଼ିଓ: ପ୍ରେମ ନାଁରେ ବିଭତ୍ସ ହତ୍ୟାକାଣ୍ଡ! ୧୬ ବର୍ଷୀୟ ନାବାଳିକା ପ୍ରେମିକାକୁ ୪୦ ଥର ଛୁରାମାଡ଼ କରିଲା ପ୍ରେମିକ
ଦିନକୁ ଦିନ ଅପରାଧର ଗଡ଼ ସାଜିବାକୁ ଲାଗିଛି ରାଜଧାନୀ ଦିଲ୍ଲୀ। ତେବେ, ଏହାରି ଭିତରେ ଏକ ହୃଦୟଥରା ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ନାବାଳିକାଙ୍କୁ ୪୦ ଥର ଛୁରୀ ଭୂସୀ ହତ୍ୟା କରାଯାଇଥିବା ଭଳି ମାମଲା ସାମ୍ନାକୁ ଆସିଛି। କେବଳ ସେତିକି ନୁହେଁ ବରଂ ଶେଷରେ ଉକ୍ତ ନାବାଳିକାଙ୍କ ମୁଣ୍ଡକୁ ବାରମ୍ବାର ପଥରରେ ଛେଚି ହତ୍ୟା କରାଯାଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାଇ ରାଜଧାନୀର ଶାହବାଦ ଡାୟରୀ ଅଞ୍ଚଳରେ ସାହିଲ ନାମକ ଏହି ବ୍ୟକ୍ତି ୧୬ ବର୍ଷୀୟା ସାକ୍ଷୀଙ୍କୁ ଛୁରୀ ଭୂସୀ ହତ୍ୟା କରିଛି। ଆକ୍ରମଣର ଏକ ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାଇ ସାହିଲ ଏବଂ ସାକ୍ଷୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। କିନ୍ତୁ, କିଛି ଦିନ ହେବ ସାକ୍ଷୀ ଆଉ ଜଣେ ଯୁବକଙ୍କ ସହିତ ସମ୍ପର୍କରେ ଆସିଥିଲେ। ଯାହାପରେ ସାହିଲ୍ ଶାରୀରିକ ସମ୍ବନ୍ଧ ରଖିବାକୁ ସାକ୍ଷୀକୁ ବାରମ୍ବାର ବାଧ୍ୟ କରିଥିଲା।
दिल्ली के शाहबाद डेरी में एक नाबालिग मासूम गुड़िया को चाकू गोद-गोदकर मारा गया और उसके बाद पत्थर से उसे कुचल दिया गया। दिल्ली में दरिंदों के हौसले बुलंद हैं। पुलिस को नोटिस जारी कर रहे हैं। सब हदें पार हो गई हैं। मैंने अपने इतने सालों के करियर में इससे ज़्यादा भयानक कुछ नहीं देखा। pic.twitter.com/0kC4ht4q1f
— Swati Maliwal (@SwatiJaiHind) May 29, 2023
ଘଟଣାଦିନ ସାକ୍ଷୀ ନିଜ ବାନ୍ଧବୀଙ୍କ ଘରକୁ ଯାଉଥିବା ବେଳେ ରାସ୍ତାରେ ତାଙ୍କ ଉପରେ ସାହିଲ ଅତର୍କିତ ଆକ୍ରମଣ କରିଥିଲା। ବାରମ୍ବାର ୪୦ ଥର ଛୁରୀରେ ତାଙ୍କୁ ଲହୁଲୁହାଣ କରି ପକାଇଥିଲା। ସେତିକିରେ ତାର ମନ ଶାନ୍ତି ହୋଇନଥିଲା ଯେ ସାହିଲ ସାକ୍ଷୀଙ୍କ ମୁଣ୍ଡକୁ ପଥରରେ ଛେଚି ଦେଇଥିଲା। ହତ୍ୟାକାଣ୍ଡ ଘଟାଇବା ସମୟରେ ସେଠାରେ ପ୍ରାୟ ୨୦ ଜଣ ଜନସାଧାରଣ ଉପସ୍ଥିତ ରହିଥିଲେ ହେଁ କେହି ଏହାର ପ୍ରତିବାଦ କରିନଥିଲେ। ପୋଲିସ ଏହି ମାମଲାରେ ସାହିଲକୁ ଗିରଫ କରିଥିବା ଜଣାପଡ଼ିଛି।