ନୃଶଂସ ପୁଅର ବର୍ବର କାଣ୍ଡ, ଜନ୍ମକଲା ମାଆକୁ ମାରି ଖାଇଦେଲା ! ସମ୍ପୂର୍ଣ ଘଟଣା ଜାଣି ପୋଲିସ ମଧ୍ୟ ହେଲା ଆଶ୍ଚର୍ଯ୍ୟ….

 
Mother murder

ମାଆର ନିଜ ସନ୍ତାନ ପ୍ରତି ଥିବା ଭଲପାଇବା ଏବଂ ସ୍ନେହ ଅତୁଳନୀୟ ଅଟେ। କିନ୍ତୁ ବେଳେ ବେଳେ ସେହି ସନ୍ତାନ ନିଜ ମାଆ ପ୍ରତି ଏମିତି କିଛି ଘୃଣ୍ୟ କାମ କରିଥାଏ ଯାହା ବିଷୟରେ ଶୁଣିଲେ ମଧ୍ୟ ବିଶ୍ୱାସ କରିହେବ ନାହିଁ। ସ୍ପେନରେ ଘଟିଥିବା ଏକ ଅଭାବନୀୟ ଘଟଣାକ୍ରମରେ ଜଣେ ବ୍ୟକ୍ତି ନିଜ ମା’ଙ୍କୁ ହତ୍ୟା କରିବା ପରେ ଏହାକୁ ହଜାରେ ଖଣ୍ଡ କରି ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ଖାଇଥିବା କଥା ସାମ୍ନାକୁ ଆସିଛି। 

ତେବେ ଏହି ମାମଲାରେ ୨୮ ବର୍ଷୀୟ ଏହି ଯୁବକ ଗିରଫ ହେବା ପରେ ସେ ମାନସିକ ସ୍ତରରେ ଅସୁସ୍ଥ ଥିବା କଥା କୋର୍ଟରେ ଦର୍ଶାଇଥିଲେ। ତେବେ ତାର ଏହି ଡ୍ରାମା ବେଶୀ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା। ଏହି ଭୟାନକ ଘଟଣା ସ୍ପେନର ଭେଣ୍ଟାସ୍ ସହରରେ ଘଟିଛି। ଏଠାରେ ଆଲବର୍ଟୋ ସାନେଜ୍ ଗୋମେଜ ନିଜ ମାଆଙ୍କ ସହିତ ରହୁଥିଲେ। ଦିନେ ତାଙ୍କର ୬୮ ବର୍ଷ ବୟସ୍କା ମା ସହିତ ଝଗଡା ହୋଇଥିଲା, ଏହା ପରେ ଆଲବର୍ଟୋ ରାଗିଯାଇ ତାଙ୍କ ମା’ଙ୍କୁ ହତ୍ୟା କରିଥିଲେ। ନିଜ ମାଆକୁ ଗଳା କାଟି ହତ୍ୟା କରିବା ପରେ ଆଲବର୍ଟ ତା ମାଙ୍କ ଶରୀରକୁ ହଜାରେ ଖଣ୍ଡରେ କାଟି କରି ଫ୍ରିଜରେ ରଖିଥିଲା।

ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ସେ ସେହି ମଣିଷ ମାଂସକୁ  ରାନ୍ଧୁଥିଲା ଏବଂ ବେଳେବେଳେ କଞ୍ଚା ଖାଇଦେଉଥିଲା। ଡେଲି ମେଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଯେତେବେଳେ ପଡ଼ୋଶୀ ଏବଂ ତାଙ୍କ ମାଙ୍କର ଜଣେ ବନ୍ଧୁ ତାଙ୍କୁ ବହୁତ ଦିନ ଯାଏଁ ଦେଖିପାରି ନଥିଲେ, ସେମାନେ ପୋଲିସ ପାଖରେ ଏକ ନିଖୋଜ ରିପୋର୍ଟ ଲେଖିଥିଲେ।

ଏତଲା ପାଇବା ପରେ ପୋଲିସ ମହିଳାଙ୍କୁ ଖୋଜିବା ଆରମ୍ଭ କରିଥିଲା।  ଏହି ସଂପର୍କରେ ଯେତେବେଳେ ପୋଲିସ ମହିଳାଙ୍କ ଘରେ ପହଞ୍ଚିଥିଲା ସେତେବେଳେ ଅଭିଯୁକ୍ତ ପୁଅ ନିଜ ଗୃହପାଳିତ କୁକୁର ସହିତ ମଣିଷ ମାଂସ ଖାଉଥିବାର ଦେଖାଯାଇଥିଲା। ଗିରଫ ହେବାପରେ ଆଲବର୍ଟ ନିଜ ମାଆଙ୍କୁ ଗଳା କାଟି ହତ୍ୟା କରିଥିବା ସ୍ୱୀକାର କରିଥିଲା। ଏହାପରେ ଏହି ମାମଲାର ଶୁଣାଣି କରି କୋର୍ଟ ଅଭିଯୁକ୍ତକୁ ୧୫ ବର୍ଷ ୫ ମାସ ଜେଲରେ ଦଣ୍ଡିତ କରିଛି।