ଘରେ ରଖିଥିବା ସବୁ ମଦକୁ ଏକା ପିଇଦେଲା ସ୍ତ୍ରୀ! ପିଟି ପିଟି ମାରିଦେଲା ଉତ୍ୟକ୍ତ ସ୍ୱାମୀ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Swami stree

ସାଧାରଣତଃ ସ୍ୱାମୀ ମଦ ପିଉଥିବାରୁ ସ୍ତ୍ରୀ ଏହାକୁ ବିରୋଧ କରୁଥିବା କଥା ଆପଣ ଶୁଣିଥିବେ। କିନ୍ତୁ, ଛତିଶଗଡ଼ କୋରବା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି ଯେଉଁଥିରେ ସ୍ୱାମୀ ରଖି ଯାଇଥିବା ମଦକୁ ସ୍ତ୍ରୀ ପିଇ ଦେବାରୁ ତାର ଜୀବନ ନେଇ ଯାଇଛି ସ୍ୱାମୀ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିବା ଜଣାଯାଇଛି।

Alcohol

ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ସ୍ୱାମୀ ଜିରନ୍ କିସପୋଟା ଏବଂ ତାଙ୍କ ପତ୍ନୀ ପ୍ରେମା କିସପୋଟା ଉଭୟ ମଦ୍ୟପାନରେ ଅଭ୍ୟସ୍ତ ଥିଲେ।  ସେମାନେ ପ୍ରାୟତଃ ଏକାଠି ବସି ମଦ୍ୟପାନ କରୁଥିଲେ। ମହିଳା ଜଣକ ଏତେ ନିଶାସକ୍ତ ଥିଲେ ଯେ ସେ ନିଜ ଘରେ ଦେଶୀ ମଦ ତିଆରି କରୁଥିଲେ। ଗତ ଶନିବାର ପ୍ରେମା ପୂର୍ବଭଳି ମଦ ତିଆରି କରି ରଖିଥିଲେ। ସ୍ୱାମୀ ଜିରନ୍ କାମରୁ ଫେରିଲେ ମିଶିକରି ମଦ ପିଇବେ ବୋଲି କଥା ହୋଇଥିଲା।

Accused

 

କିନ୍ତୁ, ସନ୍ଧ୍ୟାରେ ଜିରନ୍ ଫେରିବା ବେଳକୁ ପ୍ରେମା ସବୁ ମଦ ଏକ ପିଇଦେଇ ନିଶାସକ୍ତ ଅବସ୍ଥାରେ ଘରେ ଶୋଇ ରହିଥିଲେ। ଏହା ଦେଖି ଜିରନ୍ ବାରମ୍ବାର ସ୍ତ୍ରୀକୁ ମଦ ବିଷୟରେ ପଚାରି ଥିଲେ ହେଁ ନିଶାରେ ଥିବା ପ୍ରେମା କୌଣସି ସଠିକ୍ ଉତ୍ତର ଦେଇ ପାରିନଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଜିରନ୍ ତାଙ୍କୁ ବେଲ୍ଟରେ ନିସ୍ତୁକ ମାଡ଼ ମାରି ଶୀତ ରାତିରେ ବାହାରେ ଛାଡ଼ି ଦେଇଥିଲା। ସକାଳୁ ଉଠିବା ବେଳକୁ ପ୍ରେମାଙ୍କ ମୃତଦେହ ତାଙ୍କ ଘରଠାରୁ କିଛି ଦୂରରେ ଠାବ କରାଯାଇଥିଲା।