ଦେଖନ୍ତୁ ଭିଡ଼ିଓ: ନାକ ତଳକୁ ମାସ୍କ ଖସି ଯିବାରୁ, ଛୋଟ ଛୁଆ ଆଗରେ ବାପାକୁ ଅତି ନିର୍ମମ ଭାବରେ ପିଟିଲା ପୋଲିସ, ତାପରେ...

 
ଦେଖନ୍ତୁ ଭିଡ଼ିଓ: ନାକ ତଳକୁ ମାସ୍କ ଖସି ଯିବାରୁ, ଛୋଟ ଛୁଆ ଆଗରେ ବାପାକୁ ଅତି ନିର୍ମମ ଭାବରେ ପିଟିଲା ପୋଲିସ, ତାପରେ...

ମଧ୍ୟପ୍ରଦେଶରେ କୋଭିଡ ସଂକ୍ରମଣ ବଢ଼ୁଥିବାରୁ କରୋନା କଟକଣା କଡାକଡି କରାଯାଇଛି। କିନ୍ତୁ ଏହି ବ୍ୟବସ୍ଥା ଲାଗୁ ହେବାପରେ ମଧ୍ୟପ୍ରଦେଶରେ ପୋଲିସର ଭୟଙ୍କର କ୍ରୁରତା ଏବଂ ଅମାନୁଷିକତା ସାମ୍ନା କୁ ଆସିଛି। ଠିକ୍ ଭାବରେ ମାସ୍କ ପିନ୍ଧି ନଥିବାରୁ ଇନ୍ଦୋରର ଜଣେ ବ୍ୟକ୍ତିଙ୍କୁ ଦୁଇ ଜଣ ପୋଲିସ ଗୁରୁତର ଭାବରେ ପିଟୁଥିବାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

ଏହି ଘଟଣା ମୁତାବକ ୩୫ ବର୍ଷିୟ ଅଟୋ ରିକ୍ସା ଡ୍ରାଇଭର କୃଷ୍ଣ କିୟର ତାଙ୍କ ଅସୁସ୍ଥ ପିତାଙ୍କୁ ଡାକ୍ତରଖାନାରେ ଭେଟିବାକୁ ଯିବାବେଳେ ତାଙ୍କ ମାସ୍କ ନାକ ତଳକୁ ଖସି ଯାଇଥିଲା। ଏହା ଦେଖିବା ପରେ ଦୁଇଜଣ ପୋଲିସ ତାଙ୍କୁ ରାସ୍ତାରେ ଧରିଥିଲେ ଏବଂ ପୋଲିସ ଷ୍ଟେସନକୁ ଆସିବାକୁ ବାଧ୍ୟ କରିଥିଲେ। ଯେତେବେଳେ ସେ ଯିବାକୁ ମନା କରିଦେଲେ, ସେମାନେ ତାଙ୍କୁ ପିଟିବା ଆରମ୍ଭ କରିଥିଲେ ବୋଲି ଅଭିଯୋଗ ହୋଇଛି।

ତେବେ ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ନିଜ ମୋବାଇଲ୍ ଫୋନ୍ ରେ ଏହି ଘଟଣା ର ଭିଡିଓ ରେକର୍ଡ଼ କରିଥିଲେ। ଏହି ଭିଡ଼ିଓ ରେ ଯୁବକ ଜଣକ ତଳେ ପଡିଯାଇଥିବା ବେଳେ ଏହି ଅବସ୍ଥାରେ ନିର୍ଦ୍ଦୟ ଭାବରେ ପୋଲିସ ମାନେ ତାଙ୍କୁ ପିଟୁଥିବା ଏବଂ ଗୋଇଠା ମାରୁଥିବାର, ଏବଂ ଯୁବକ ଜଣକ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରୁଥିବାର ଦେଖଯାଉଛି।

ଭିଡ଼ିଓରେ ତାଙ୍କ ସାଙ୍ଗରେ ଯାଉଥିବା ତାଙ୍କ ସାନପୁଅ ନିଜ ବାପାଙ୍କୁ ବଞ୍ଚାଇବାକୁ ବିକଳରେ ଚିତ୍କାର କରୁଥିବା ଦେଖା ଯାଉଛି। ଏହି ଭିଡ଼ିଓ ଭାଇରାଲ ହେବାପରେ ପୋଲିସ କର୍ମଚାରୀ - କମଲ ପ୍ରଜାପତ ଏବଂ ଧର୍ମେନ୍ଦ୍ର ଜାଟଙ୍କୁ ନିଲମ୍ବିତ କରାଯାଇଥିବା ଖବର ମିଳିଛି।