ଶାରୀରିକ ସମ୍ୱନ୍ଧ ପାଇଁ ଏକାଧିକ ଯୁବତୀଙ୍କୁ ଯୌନ ଦାସୀ କରି ରଖିଥିଲା ଏହି ରାକ୍ଷସ, ଝିଅଙ୍କ ଗଳା ରେ ବାନ୍ଧୁଥିଲା କୁକୁର ଭଳି ଦଉଡି ଆଉ...

 
ଶାରୀରିକ ସମ୍ୱନ୍ଧ ପାଇଁ ଏକାଧିକ ଯୁବତୀଙ୍କୁ ଯୌନ ଦାସୀ କରି ରଖିଥିଲା ଏହି ରାକ୍ଷସ, ଝିଅଙ୍କ ଗଳା ରେ ବାନ୍ଧୁଥିଲା କୁକୁର ଭଳି ଦଉଡି ଆଉ...

ଅଷ୍ଟ୍ରେଲିଆରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ମଧ୍ୟ ବିଶ୍ୱାସ କରି ହେବ ନାହିଁ। ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲ୍ସ ନାମକ ଏକ ସହରରେ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି ନିଜ ଯୌନ କାମନା ପୁରଣ କରିବା ପାଇଁ ୬ ଜଣ ଯୁବତୀଙ୍କୁ ଦାସୀ କରି ରଖିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି।

ଏକ ରିପୋର୍ଟ ଅନୁଯାୟୀ, ଯେତେବେଳେ ସ୍ଥାନୀୟ ପୋଲିସ ଏହା ଜାଣିବା ପରେ ଅଭିଯୁକ୍ତଙ୍କ ଘରେ ପୋଲିସ ଚଢାଉ କରିଥିଲା। ଏହି ସମୟରେ ପୋଲିସ ଉକ୍ତ ବ୍ୟକ୍ତିଙ୍କ ଘରେ ୬ ଜଣ ମହିଳାଙ୍କୁ ଉଦ୍ଧାର କରିଥିଲା, ଯେଉଁମାନଙ୍କୁ ଉକ୍ତ ବ୍ୟକ୍ତି ବନ୍ଧୀ କରି ସେକ୍ସ ଦାସୀ ଭାବରେ ରଖିଥିଲେ।

ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ ଉକ୍ତ ବ୍ୟକ୍ତି ଜଣକ ପୂର୍ବରୁ ସେନାବାହିନୀରେ କାମ କରିସାରିଛନ୍ତି ଏବଂ ତାଙ୍କ ନାମ ଜେମ୍ସ ରବର୍ଟ ଡେଭିସ୍ ବୋଲି ଜଣାପଡିଛି। ଏକ ରିପୋର୍ଟ ମୁତାବକ ଡେଭିସ୍ ଙ୍କର ଏକ ବହୁତ ବଡ଼ ଭୂତଳ ଘର ରହିଛି। ଯେଉଁଠାରେ ସେ ବିଭିନ୍ନ କୋଠରୀ ରେ ଝିଅ ମାନଙ୍କୁ ରଖୁଥିଲେ ଏବଂ ସେମାନଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ।

 

ଏପରିକି ଯୁବତୀ ମାନଙ୍କ ଦେହରେ ସ୍ୱତନ୍ତ୍ର ଟାଟୁ କରିବା ସହ ସେମାନଙ୍କ ବେକରେ ସ୍ୱତନ୍ତ୍ର ଷ୍ଟିଲ ପ୍ଲେଟ ମଧ୍ୟ ଲଗାଇ ରଖୁଥିଲେ। ତେବେ ଚଢ଼ାଉ ବେଳେ ହିଁ ଡେଭିସ୍ ଙ୍କୁ ଗିରଫ କରାଯାଇଥିଲା ବୋଲି ଜଣାପଡିଛି ଏବଂ ଏହି ମାମଲାରେ ଆହୁରି ତଦନ୍ତ ଚାଲିଥିବା କହିଛି ପୋଲିସ।