ସମ୍ୱନ୍ଧ ରଖିବାକୁ ସବୁବେଳେ ମନା କରୁଥିଲା ସ୍ତ୍ରୀ, ସନ୍ଦେହ ହେବାରୁ ସ୍ୱାମୀ ଜାଣିଲା ସ୍ତ୍ରୀ ଝିଅ ନୁହେଁ କିନ୍ନର, ଆଉ ତାପରେ...

 
Kinner stree

ବିବାହର ୨ ମାସ ପରେ ସ୍ତ୍ରୀର ମେଡ଼ିକାଲ ରିପୋର୍ଟ ଧରି ଥାନାରେ ପହଞ୍ଚିଲା ସ୍ୱାମୀ, ସ୍ତ୍ରୀ ସହ ଶ୍ୱଶୁର ଘରର ୮ ଜଣକ ନାଁରେ ଦେଲା ଏତଲା। ଏହିପରି ଏକ ଘଟଣା କାନପୁର ସହରରେ ଘଟିଛି କିନ୍ତୁ ଏହି ଘଟଣା ପଛରେ ଥିବା କାରଣକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି।

ଏହି ଘଟଣା ମୁତାବକ କାନପୁର ସହରରେ ରହୁଥିବା ଜଣେ ଯୁବକଙ୍କର କିଛି ମାସ ତଳେ ବିବାହ ହୋଇଥିଲା। କିନ୍ତୁ, ବିବାହ ପରେ ନିଜ ସ୍ତ୍ରୀ ସହ ଶାରୀରିକ ସମ୍ପର୍କ ରଖିବାରେ ତାଙ୍କର ଅସୁବିଧା ହୋଇଥିଲା। କିନ୍ତୁ, ତାଙ୍କ ସ୍ତ୍ରୀ ଏହା ଏକ ସ୍ୱାସ୍ଥ୍ୟଗତ ସମସ୍ୟା କହି ଏହି ଘଟଣାକୁ ଏଡ଼ାଇ ଯାଇଥିଲେ। କିନ୍ତୁ ଦିନ ଗଡ଼ିବା ସହ ଏପରି ବାରମ୍ବାର ହେବାରୁ ଯୁବକ ଜଣକ ତାଙ୍କୁ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ପାଖକୁ ଚିକିତ୍ସା ପାଇଁ ନେଇଯାଇଥିଲେ।   

ସେଠାରେ ମହିଳାଙ୍କ ଯାଞ୍ଚ ପରେ ସେ ଜଣେ କିନ୍ନର ବୋଲି ଡାକ୍ତର କହିଥିଲେ। ଏହାପରେ ଯୁବକ ଜଣକ ମେଡ଼ିକାଲ ରିପୋର୍ଟ ଧରି ଥାନାରେ ପହଞ୍ଚିଥିଲେ ଏବଂ ତାଙ୍କୁ ଜାଣି ଶୁଣି ଜଣେ କିନ୍ନର ସହ ବିବାହ କରାଇ ଦିଆଯାଇଛି ବୋଲି ଅଭିଯୋଗ କରିଥିଲେ। ଯୁବକଙ୍କ ଅଭିଯୋଗକୁ ଆଧାର କରି ସ୍ଥାନୀୟ ପୋଲିସ ଉକ୍ତ ମହିଳାଙ୍କ ସହ ଅନ୍ୟ ୮ ଜଣଙ୍କ ନାମରେ ଏକ ଠକେଇ ମାମଲା ରୁଜୁ କରିଛି।

ଥାନା ଅଧିକାରୀ କୁଞ୍ଜବିହାରୀ ମିଶ୍ରଙ୍କ କହିବା ଅନୁଯାଇ କାନପୁରର ଶାସ୍ତ୍ରୀ ନଗରରେ ଏହି ଘଟଣା ଘଟିଛି ଏବଂ ଉକ୍ତ ବ୍ୟକ୍ତି ୨୮ ମାର୍ଚ୍ଚ ୨୦୨୧ ରେ ବିବାହ କରିଥିଲେ। ଅଭିଯୋଗ କରିଥିବା ବ୍ୟକ୍ତି ନିଜ ସ୍ତ୍ରୀ ଏବଂ ଶ୍ୱଶୁରଘର ଲୋକଙ୍କ ସହ ୮ ଜଣକ ବିରୁଦ୍ଧରେ ଏତଲା ଦେଇଛନ୍ତି ଏଥିପାଇଁ ସେ ଏକ ମେଡାକାଲ୍‌ ରିପୋର୍ଟ ମଧ୍ୟ ଦାଖଲ କରିଛନ୍ତି। ସ୍ତ୍ରୀଙ୍କ ମାତାପିତାଙ୍କ ସହ ମଧ୍ୟସ୍ଥତା କରିଥିବା ବ୍ୟକ୍ତିଙ୍କ ନାମରେ ୪୨୦ ଧାରା ଅନୁଯାଇ ମାମଲା ରୁଜୁ କରାଯାଇଛି ଏବଂ ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି ବୋଲି ଜଣାପଡ଼ିଛି।