ନିଜ ହଜିଲା ଝିଅକୁ ଖୋଜିବାକୁ ଏତଲା ଦେବାରୁ ପୋଲିସ୍ ମାଗିଲା ଲାଞ୍ଚ!! ବ୍ୟକ୍ତି କରିଲେ ଆତ୍ମହତ୍ୟା, ପୁରା ଘଟଣା ଜାଣିଲେ ହେବେ ଦୁଃଖିତ...

 
ନିଜ ହଜିଲା ଝିଅକୁ ଖୋଜିବାକୁ ଏତଲା ଦେବାରୁ ପୋଲିସ୍ ମାଗିଲା ଲାଞ୍ଚ!! ବ୍ୟକ୍ତି କରିଲେ ଆତ୍ମହତ୍ୟା, ପୁରା ଘଟଣା ଜାଣିଲେ ହେବେ ଦୁଃଖିତ...

ସୋମବାର ଉତ୍ତରପ୍ରଦେଶର ମାଉ ଚାନ୍ଦପୁର ଗ୍ରାମରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିଛନ୍ତି। ନିଜର ନିଖୋଜ ୨୨ ବର୍ଷର ଝିଅକୁ ଖୋଜିବା ପାଇଁ ଜଣେ ପୋଲିସ ଅଧିକାରୀ ତାଙ୍କୁ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ପରେ ସେ ଏଥିରେ ଅବସାଦ ଗ୍ରସ୍ତ ହୋଇ ଏପରି କରିଥିବା ସୂଚନା ମିଳିଛି।

ମୃତକ ୪୫ ବର୍ଷିୟ ଶିଶୁପାଲଙ୍କ ପରିବାର ସଦସ୍ୟଙ୍କ ଅନୁଯାୟୀ, ରାମନଗର ପୋଲିସର ଆଉଟପୋଷ୍ଟ ଦାୟିତ୍ୱରେ ଥିବା ରାମ ରତନ ସିଂ ହିଁ ତାଙ୍କଠାରୁ ଟଙ୍କା ମାଗିଥିଲେ।

ଏହି ଘଟଣା ରେ ବରିଷ୍ଠ ପୋଲିସ ଅଧୀକ୍ଷକ ରୋହିତ ସିଂ ସଜୱାନ କହିଛନ୍ତି ଯେ ଅଭିଯୁକ୍ତ ସବ୍-ଇନ୍ସପେକ୍ଟରଙ୍କୁ ଆଉଟପୋଷ୍ଟରୁ ସ୍ଥାନାନ୍ତର କରାଯାଇଛି ଏବଂ ଲାଞ୍ଚ ମାଗିଥିବା ଅଭିଯୋଗର ତଦନ୍ତ ଚାଲିଛି ଏବଂ ଏହାପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ଆହୁରି ମଧ୍ୟ ରାମ ରତନ ସିଂ ଏହା ଶୁଣି ଶିଶୁପାଲଙ୍କ ମୃତ୍ୟୁ ସ୍ଥଳରେ ପହଞ୍ଚି ସୁଇସାଇଡ଼ ନୋଟକୁ ଚିରୁଥିବା ବେଳେ, ଗ୍ରାମବାସୀ ତାଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହାପୂର୍ବରୁ ଶିଶୁପାଲଙ୍କ ଝିଅ ଅପହରଣ ସମ୍ପର୍କରେ ଏଫଆଇଆର୍ ଏପ୍ରିଲ ୯ ରେ ଆଓଲା ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିଲା। ଏଥିରେ ଶିଶୁପାଳ ତାଙ୍କ ଝିଅକୁ ବଣ୍ଟି, ମୁକେଶ ଏବଂ ଦିନେଶ ଅପହରଣ କରିନେଇଥିବା ଉଲ୍ଲେଖ କରିଥିଲେ।