ଭୁବନେଶ୍ବରରେ ଭିଡିଓରେ ପୁଙ୍ଗୁଳା ଦେହ ଦେଖାଇ ଲୁଟୁଛନ୍ତି ଡିଜିଟାଲ ସୁନ୍ଦରୀ, ଟଙ୍କା ନ ଦେଲେ କରୁଛନ୍ତି ଏମିତି କାମ, ଜାଣନ୍ତୁ ପୂରା ଘଟଣା

 
Phone sex

ଲାକଡ଼ାଉନ ସମୟରେ ଅନଲାଇନ ଠକେଇର ମାତ୍ରା ବଢ଼ିବାରେ ଲାଗିଛି। ଏବେ ଫୋନ ସେକ୍ସ ନାଁରେ ଏକ ଭିନ୍ନ ପ୍ରକାରର ଠକେଇ ମାମଲା ସାମ୍ନାକୁ ଆସୁଛି। ଫୋନ ସେକ୍ସର ଭିଡ଼ିଓ ଓ ସ୍କ୍ରିନସଟ୍ ମାଧ୍ୟମରେ ଲୋକଙ୍କୁ ବ୍ଲାକମେଲ କରିବା ସହ ଲୁଟିନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ରାଜଧାନୀ ନୟାପଲ୍ଲୀ ଅଞ୍ଚଳରେ ଜଣେ ବ୍ୟକ୍ତି ଏହିପରି ବ୍ଲାକମେଲିଂର ଶିକାର ହେବାପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି।

କଥାକଥିତ ଏହି ଅନଲାଇନ ସୁନ୍ଦରୀମାନେ ପ୍ରଥମେ ସୋସିଆଲ ମିଡ଼ିଆ ଜରିଆରେ ଫ୍ରେଣ୍ଡ ରିକୁଏଷ୍ଟ ପଠାଉଛନ୍ତି। ବନ୍ଧୁତ୍ୱ ଗ୍ରହଣ କରିବା ପରେ ମିଠା ମିଠା କଥା କହି ସମ୍ପର୍କ ବଢାଇବା ସହ ହ୍ଵାଟ୍ସଆପ୍ କୁ ଆସି ଅର୍ଦ୍ଧ ନଗ୍ନ ଫୋଟୋ ମଧ୍ୟ ଦେଉଛନ୍ତି। ତାପରେ ଆସୁଛି ଭିଡ଼ିଓ କଲ ଯେଉଁଥିରେ ନିଜେ ଉଲଗ୍ନ ହେବା ସହ ଗ୍ରାହକଙ୍କୁ ମଧ୍ୟ ଉଲଗ୍ନ ହେବାକୁ ବାଧ୍ୟ କରୁଛନ୍ତି। ପରେ ଏହି ଉଲଗ୍ନ ଭିଡ଼ିଓ କଲକୁ ନେଇ ବ୍ଲାକମେଲ କରିବା ସହ ହଜ଼ାର ହଜ଼ାର ଟଙ୍କା ଦାବି କରୁଛନ୍ତି।

ଟଙ୍କା ନ ଦେଲେ ଆପତ୍ତିଜନକ ଫୋଟୋ ଏବଂ ଭିଡ଼ିଓ ଗୁଡିକୁ ଭାଇରାଲ କରିଦେବେ ବୋଲି ଧମକ ଦେଉଛନ୍ତି। କେବଳ ଏତିକି ନୁହେଁ ପ୍ରଥମ ଥର ଟଙ୍କା ପାଇବା ପରେ ବାରମ୍ବାର ଟଙ୍କା ଦାବି କରୁଥିବା ନେଇ ଅଭିଯୋଗ ହେଉଛି। ସାଧାରଣତଃ ବୟସ୍କ ଧନୀ ବ୍ୟକ୍ତି, ବ୍ୟବସାୟୀ ଏବଂ ରାଜନେତାଙ୍କୁ ଏମାନେ ଟାର୍ଗେଟ କରୁଛନ୍ତି ବୋଲି ଜଣାପଡ଼ିଛି। ପୂର୍ବରୁ ରାଜଧାନୀରେ ଅନଲାଇନ ସେକ୍ସ ବେପାର ଚାଲିଥିବା ବେଳେ ବର୍ତ୍ତମାନ ଡିଜିଟାଲ ସୁନ୍ଦରୀଙ୍କର ଏଭଳି ଠକେଇ ପୋଲିସ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି।