ଦେଖନ୍ତୁ ଭିଡ଼ିଓ: ଦ୍ଵିତୀୟ ବିବାହ କରିବାକୁ ବାହାରିଥିଲା ସ୍ୱାମୀ, ଖବର ପାଇ ପହଞ୍ଚିଗଲେ ଶ୍ୱଶୁରଘର ଲୋକେ, ଆଉ ତାପରେ...

 
Man beaten

ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଥିବା ଜ୍ୱାଇଁକୁ ନିସ୍ତୁକ ପିଟିଲେ ଶ୍ୱଶୁର ଘର ଲୋକେ ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ବାଳଙ୍ଗ ଗ୍ରାମରେ ଘଟିଛି ଏହିପରି ଏକ ଅଭାବନୀୟ ଘଟଣା। ଯୁବକଙ୍କୁ ଶ୍ୱଶୁର ଘର ଲୋକେ ରାସ୍ତା ଉପରେ ପିଟୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହେବାପରେ ଏହି ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

ମିଳିଥିବା ଖବର ଅନୁଯାଇ ବାଳଙ୍ଗ ଗ୍ରାମର ଦିପୁ ଧଳ ସୋର ପୌରପାଲିକା ଅଡଙ୍ଗ ବଜ଼ାର ଅଞ୍ଚଳର ଜଣେ ଯୁବତୀଙ୍କୁ ବର୍ଷେ ତଳେ ପ୍ରେମ ବିବାହ କରିଥିଲେ। କିନ୍ତୁ ବିବାହ ପରେ ଦିପୁ ପ୍ରତିଦିନ ମଦ ପିଇ ପିଟିବା ସହ ବିଭିନ୍ନ ପ୍ରକାରର ନିର୍ଯାତନା ଦେଉଥିବାରୁ ତାଙ୍କ ସ୍ତ୍ରୀ ନିଜ ବାପ ଘରକୁ ଚାଲି ଆସିଥିଲେ। ତେବେ ସ୍ତ୍ରୀ ଘର ଛାଡ଼ି ଚାଲିଯିବା ପରେ ଦିପୁ ଏହାର ସଯୋଗ ନେଇ ଦ୍ଵିତୀୟ ବିବାହ ପାଇଁ ପ୍ରସ୍ତୁତ ହେଉଥିବା ଶୁଣିବାକୁ ମିଳିଥିଲା। ଗତ ମଙ୍ଗଳବାର ଦିନ ଦିପୁ କୌଣସି କାରଣ ହେତୁ ଶ୍ୱଶୁର ଘରକୁ ଯାଇଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଶାଶୂ ଏବଂ ଶ୍ୱଶୁର ତାଙ୍କୁ ଆକ୍ରମଣ କରିଥିଲେ।

ଦେଖନ୍ତୁ ଭିଡ଼ିଓ:

ଏପରିକି ଭାଇରାଲ ହୋଇଥିବା ଭିଡ଼ିଓରେ ଦିପୁଙ୍କ ହାତକୁ ବାନ୍ଧିଦେଇ ସ୍ତ୍ରୀ ଏବଂ ଶ୍ୱଶୁର ଘର ଲୋକେ ତାଙ୍କୁ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ଅମାନୁଷିକ ଭାବରେ ପିଟୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ତେବେ, ଏହି ଭିଡ଼ିଓ ଭାଇରାଲ ହେବାପରେ ମଧ୍ୟ ଏଥିନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି।