ଦେଖନ୍ତୁ ଭିଡ଼ିଓ: ଘର ଭିତରକୁ ପଶି ଆସି ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କରିଲା ଏହି ଦୁର୍ବୁତ୍ତ, କ୍ୟାମେରାରେ ରେକର୍ଡ ହେଲା ପୁରା ଦୃଶ୍ୟ….

 
Rape attempt

ଦୁନିଆରେ ଏଭଳି ମଧ୍ୟ କିଛି ଦେଶ ରହିଛି ଯେଉଁଠାରେ ମହିଳାମାନଙ୍କ ଉପରେ ଅତ୍ୟାଚାର ଏବଂ ଅପରାଧିକ କାର୍ଯ୍ୟକଳାପ ଏତେ ମାତ୍ରାରେ ବଢ଼ିଯାଇଛି ଯେ ସେମାନେ ନିଜକୁ ଘର ଭିତରେ ମଧ୍ୟ ସୁରକ୍ଷିତ ମନେ କରୁନାହାନ୍ତି। ଏହାର ପ୍ରମାଣ ସ୍ୱରୂପ ଏକ ଭିଡ଼ିଓ ବର୍ତ୍ତମାନ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଦୁର୍ବୁତ୍ତ ମହିଳାଙ୍କ ଘର ଭିତରେ ଛୁରୀ ଧରି ପଶିବା ସହ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଦେଖିବାକୁ ମିଳୁଛି।

ଭିଡ଼ିଓଟି ଉତ୍ତର କଲମ୍ବିଆର ଆପାର୍ଟାଡୋ ସହରରେ ରେକର୍ଡ କରାଯାଇଛି। ପ୍ରକୃତରେ ୨୫ ବର୍ଷୀୟା ସାରା କ୍ୱିଣ୍ଟରୋ ଏଠାରେ ଜଣେ ମନୋବିଜ୍ଞାନ ଛାତ୍ରୀ ଅଟନ୍ତି ଏବଂ ଏହି ସହରରେ ନିଜ ପୁଅ ସହ ରୁହନ୍ତି। ଦିନେ ସେ ନିଜ ଘରେ ଏକ ଭିଡ଼ିଓ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ହଠାତ ଜଣେ ଦୁର୍ବୁତ୍ତ ଛୁରୀ ଧରି ତାଙ୍କ ଘରକୁ ପଶି ଆସି ତାଙ୍କୁ ବଳାତ୍କାର କରିବା ପାଇଁ ଚେଷ୍ଟା କରିଥିଲା।

ଦୁର୍ବୁତ୍ତର ଏହି ଆକ୍ରମଣ ପରେ ତା ସହିତ ଲଢ଼ି ଯାଇଥିଲେ ସାରା। ବହୁତ ସମୟ ଧରି ଧସ୍ତା ଧସ୍ତି ହେବା ପରେ ସାରା ଧକ୍କା ମାରି ଦୁର୍ବୁତ୍ତକୁ ଘର ବାହାରକୁ ଠେଲି ଦେଇଥିଲେ। କିନ୍ତୁ, ପୂର୍ବରୁ ପ୍ରସ୍ତୁତ ହୋଇଥିବା କ୍ୟାମେରାରେ ଏହି ଘଟଣାର ସମ୍ପୂର୍ଣ୍ଣ ଭିଡ଼ିଓ ରେକର୍ଡ ହୋଇଯାଇଥିଲା।

ଦେଖନ୍ତୁ ଭିଡ଼ିଓ:-

ପରେ ସାରା ଏହି ଭିଡ଼ିଓଟିକୁ ସୋସିଆଲ ମିଡିଆରେ ଅପଲୋଡ଼ କରି ଲୋକଙ୍କୁ ସଚେତନ କରିବା ସହ ଦୁର୍ବୁତ୍ତ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ।

ଅନ୍ୟପକ୍ଷରେ ଆକ୍ରମଣ କରିଥିବା ବ୍ୟକ୍ତି ଜଣେ ମାନସିକ ରୋଗୀ ଏବଂ ସେ ଭୟଙ୍କର ବାଇପୋଲାର୍ ଡିସଅର୍ଡର ଦ୍ୱାରା ପୀଡିତ ବୋଲି ତାଙ୍କ ପରିବାର ତରଫରୁ କୁହାଯାଇଛି। ତେବେ, ସେହି ସମୟରେ ସାରାଙ୍କର ପୁଅ ଘରେ ନଥିବାରୁ ସେ ଏହି ଆକ୍ରମଣରୁ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ଘଟଣାଟି ପ୍ରଘଟ ହେବାପରେ ସ୍ଥାନୀୟ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି।