ଗଞ୍ଜାମ ରେ ଅଭାବନୀୟ ଘଟଣା: ବିବାହିତା ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ କୁ ଏମିତି ଭାବରେ ଅନଲାଇନ ଭାଇରାଲ କରୁଥିଲା ଏହି ବ୍ୟକ୍ତି !

 
Man arrested

ଜଣେ ମହିଳାଙ୍କ ଅଶ୍ଲୀଳ ଭିଡ଼ିଓ ଭାଇରାଲ କରି ଗିରଫ ହୋଇଛି ଅଭିଯୁକ୍ତ। ଗଂଜାମ ଜିଲ୍ଲା ଜରଡ଼ା ଅଞ୍ଚଳରେ ଏହିପରି ଏକ ଅଭାବନୀୟ ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଛି। ସିନେମା ଷ୍ଟାଇଲରେ ବିବାହିତା ମହିଳାଙ୍କୁ ଅଚେତ କରାଇ ବଳାତ୍କାର କରିବା ସହ ଏହାର ଭିଡ଼ିଓ ଭାଇରାଲ କରିବା ଅଭିଯୋଗରେ ଗିରଫ ହୋଇଛି ପ୍ରିୟରଞ୍ଜନ ବେହେରା ନାମକ ଏହି ଯୁବକ।

ପ୍ରାୟ ୨ ବର୍ଷ ତଳେ ରାସ୍ତାରେ ଗାଡ଼ି ଖରାପ ହୋଇଯିବାରୁ ପୀଡିତା ମହିଳା ଜଣକ ପ୍ରିୟରଞ୍ଜନଙ୍କୁ ଲିଫ୍ଟ ମାଗିଥିଲେ। ପ୍ରଥମ ଦେଖାରେ ଗୋଟିଏ ଗାଡ଼ିରେ ଯିବା ସମୟରେ ମହିଳାଙ୍କ ସହ ଏକ ଫୋଟୋ ଉଠାଇଥିଲେ ଅଭିଯୁକ୍ତ। ଏହାର କିଛି ଦିନ ପରେ ମହିଳାଙ୍କୁ ଫୋନ କରି ୧୦ ହଜ଼ାର ଟଙ୍କା ନ ଦେଲେ ସେ ତାଙ୍କ ସ୍ୱାମୀଙ୍କ ପାଖକୁ ଫୋଟୋ ପଠାଇଦେବ ବୋଲି ଧମକ ଦେଇଥିଲା ଅଭିଯୁକ୍ତ। ଏଥିସହିତ ମହିଳାଙ୍କୁ ତା ଘରକୁ ଆସିବାକୁ ବାଧ୍ୟ କରିଥିଲା।

ମହିଳା ଜଣକ ପ୍ରିୟରଞ୍ଜନ ଘରକୁ ଆସିବା ପରେ ସେ କୋଲ୍ଡ ଡ୍ରିଙ୍କସ୍ ରେ ନିଶା ମିଶାଇ ମହିଳାଙ୍କୁ ବଳାତ୍କାର କରିଥିଲା। କେବଳ ଏତିକି ନୁହେଁ ଅଭିଯୁକ୍ତ ଏହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ତିଆରି କରିଥିଲା। ପରେ ଏହି ଭିଡ଼ିଓ ଆଧାରରେ ଉକ୍ତ ବିବାହିତା ମହିଳାଙ୍କୁ ବ୍ଲାକମେଲିଂ କରି ତାଙ୍କ ଠାରୁ ପ୍ରାୟ ୭ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ତେବେ ଏହାପରେ ପୀଡିତା ଜଣକ ଆହୁରି ଟଙ୍କା ଦେବାକୁ ମନା କରିଦେବାରୁ ତାଙ୍କ ଆପତ୍ତିଜନକ ଭିଡ଼ିଓକୁ ପ୍ରିୟରଞ୍ଜନ ଭାଇରାଲ କରିଥିବା ନେଇ ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ତା ଘରୁ ଗିରଫ କରିଥିବା ସୂଚନା ମିଳିଛି।