ମୃତ୍ୟୁ ପୂର୍ବର ଶେଷ କଥା, ଶ୍ୱଶୁର ଘରେ ପ୍ରତାଡିତ ହୋଇ ଆତ୍ମହତ୍ୟା ପୂର୍ବର ମହିଳାଙ୍କ ଏହି ଦୁଃଖଭରା ଭିଡିଓ ଦେଖି ହେବେ ଦୁଃଖିତ

 
Mahila nka atmahatya

ପୁଣି ଶ୍ୱଶୁରଘର ଏବଂ ସ୍ୱାମୀଙ୍କର ପ୍ରତାରଣା ନେଇଗଲା ଆଉ ଏକ ଜୀବନ। ସ୍ୱାମୀ ଓ ଶ୍ୱଶୁରଘର ଲୋକଙ୍କ ନିର୍ଯାତନା ରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିବା ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡ଼ିଓ ପୋଷ୍ଟ କରିଥିଲେ ଯେଉଁଥିରେ ସେ ନିଜର ଦୁଃଖଦ କାହାଣୀ ବଖାଣିଛନ୍ତି।ଏହି ଘଟଣା ଧାନବାଦର ଧନସର ପୋଲିସ ଷ୍ଟେସନ ଅଞ୍ଚଳରେ ଅବସ୍ଥିତ ମହାବୀର ନାଗରରେ ଘଟିଥିଲା।

ଯେଉଁଠାରେ ବୁଧବାର ଜଣେ ରେଳ କର୍ମଚାରୀଙ୍କ ପତ୍ନୀ କୋମଲ ପଟେଲ (୨୧) ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ କୋମଲ ଏକ ଭିଡ଼ିଓ ପୋଷ୍ଟ କରିଥିଲେ। ଏହି ଭାଇରାଲ ଭିଡିଓରେ କୋମଲ କାନ୍ଦୁଥିବାର ଦେଖାଯାଉଥିବା ବେଳେ, "ମୁଁ ଆତ୍ମହତ୍ୟା କରିବାକୁ ଯାଉଛି,ମୁଁ ଶାଶୂଘରକୁ ଆସି ଭୁଲ କରିଛି, ସରି ବାପା, ମୁଁ ତୁମ କଥା ଶୁଣିଲି ନାହିଁ। ମୁଁ ଭାବୁଥିଲି ଯେ ମୋ ସ୍ୱାମୀ ବଦଳି ଯାଇଛନ୍ତି,କିନ୍ତୁ ପୁନର୍ବାର ସେ ମୋ ଉପରକୁ ହାତ ଉଠାଇଲେ। ମରିବା ପରେ ମୋ ପୁଅର ଯତ୍ନ ନେବ" ବୋଲି ସେ ଭିଡ଼ିଓରେ କହୁଥିବା ଦେଖିବାକୁ ମିଳିଥିଲା।

ଏହି ଘଟଣା ପରେ କୋମଲଙ୍କ ପିତା ଉମେଶ ପ୍ରସାଦ ପୋଲିସ ଷ୍ଟେସନରେ କୋମଲଙ୍କ ସ୍ୱାମୀ ଆଲୋକ ପ୍ରସାଦ, ଆଲୋକଙ୍କ ମା, ଭଉଣୀ ଏବଂ ଭାଉଜଙ୍କ ନାମରେ ଯୌତୁକ ନିର୍ଯାତନା ଏବଂ ହତ୍ୟା ଅଭିଯୋଗ ଆଣିଥିଲେ।  ସେ କହିଛନ୍ତି ଯେ ଝିଅର ଶାଶୂଘର ଲୋକେ ଦୀର୍ଘ ଦିନ ଧରି କାର ମାଗୁଥିଲେ ଏବଂ ଏହି ଘଟଣା ପରଠାରୁ ଆଲୋକ ନିଜ ପୁରା ପରିବାର ସହ ଫେରାର ହୋଇଯାଇଛନ୍ତି। 

ସୂଚନା ଅନୁଯାୟୀ, କାଟ୍ରାସ ବଜାରର ବାସିନ୍ଦା ଉମେଶ ପ୍ରସାଦ ତାଙ୍କ ଝିଅ କୋମଲଙ୍କୁ ୨୦୧୮ ରେ ଧନବାଦ୍ ବାସିନ୍ଦା ଆଲୋକ କୁମାରଙ୍କ ସହ ବିବାହ କରିଥିଲେ। ଏହି ବିବାହରେ ଅଳଙ୍କାର ଏବଂ ୧୦ ଲକ୍ଷ ଟଙ୍କା ନଗଦ ସହିତ ସମସ୍ତ ଘରୋଇ ସାମଗ୍ରୀ ଯୌତୁକ ଆକାରରେ ନେଇଥିଲେ ଆଲୋକଙ୍କ ପରିବାର ଲୋକେ। ତେବେ ଏହା ପରେ ବାରମ୍ବାର ଅଧିକ ଟଙ୍କା ସହ କାର ମାଗିବା ସହ କୋମଲଙ୍କୁ ନିର୍ଯାତନା ଦେଉଥିଲେ। ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।