ଦେଖନ୍ତୁ ଭିଡ଼ିଓ: ନ୍ୟାୟ ନାମରେ ଦୁଷ୍କର୍ମ ! ଅଳ୍ପ କିଛି ଟଙ୍କା ପାଇଁ ସର୍ବସମ୍ମୁଖରେ ମହିଳାଙ୍କୁ ଲଣ୍ଡା କରି ମୁହଁରେ ବୋଳିଦେଲେ କାଳି ଏବଂ…

 
Kangaroo court

ଆପଣ ଆଦିବାସୀ ରହୁଥିବା ଅଞ୍ଚଳ କିମ୍ବା ମାଓବାଦୀ ପ୍ରବଣ ଇଲାକାରେ ହେଉଥିବା କଙ୍ଗାରୁ କୋର୍ଟ ବିଷୟରେ ତ ନିଶ୍ଚିତ ଶୁଣିଥିବେ ଯେଉଁଠାରେ ସାମାନ୍ୟ ଭୁଲ ପାଇଁ କଡ଼ାରୁ କଡ଼ା ଦଣ୍ଡ ଦିଆଯାଇଥାଏ। କିନ୍ତୁ, ମୁଖ୍ୟ ସ୍ରୋତରେ ଥିବା କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଏହିଭଳି ଏକ ଅଭାବନୀୟ ମାମଲା ସାମ୍ନାକୁ ଆସିଛି।

ଏହି ମାମଲା ମୁତାବକ ପଟ୍ଟାମୁଣ୍ଡାଇ ବେଲତଳ ହାଡିସାହି ଅଞ୍ଚଳର ଜଣେ ମହିଳା କିଛି ଲୋକଙ୍କ ପାଖରୁ ଟଙ୍କା ଉଦ୍ଧାର ନେଇଥିଲେ। ତାଙ୍କର ଆର୍ଥିକ ସ୍ଥିତି ଭଲନଥିବାରୁ ସେ ସେହି ଟଙ୍କାକୁ ଫେରାଇ ପାରି ନଥିଲେ। ଘଟଣା ଦିନ ଟଙ୍କା ଦେଇଥିବା ଲୋକମାନେ ତାଙ୍କ ଘରକୁ ଆସି ଟଙ୍କା ମାଗିଥିଲେ। କିନ୍ତୁ, ମହିଳା ଜଣକ ସେହିଦିନ ମଧ୍ୟ ଧାର ଟଙ୍କା ଦେଇନପାରିବାରୁ ଉଦ୍ଧାର ଦେଇଥିବା ଲୋକମାନେ ଉତକ୍ଷିପ୍ତ ହୋଇ ଉଠିଥିଲେ।

ସେମାନେ ମହିଳାଙ୍କୁ ତାଙ୍କ ଘର ଭିତରକୁ ଟାଣି ଆଣିବା ସହ ତାଙ୍କ ମୁହଁରେ କଳା ବୋଳିବା ସହ ଚୁଟି କାଟି ରାସ୍ତାରେ ବୁଲାଇଥିଲେ। ଏହି ଆକ୍ରମଣରେ କେତେଜଣ ମହିଳା ମଧ୍ୟ ସାମିଲ ରହିଥିବା ଦେଖିବାକୁ ମିଳିଥିଲା। ମାତ୍ର କେଇଟା ଟଙ୍କା ପାଇଁ ମଣିଷ କେତେ ଯେ ତଳକୁ ଖସିଯାଇ ପାରିବ ତାହାର ଏହା ଏକ ଜ୍ୱଳନ୍ତ ଉଧାରଣ ଅଟେ।