ମୋ ପେଟରେ ଲକ୍ଷ୍ମଣର ଛୁଆ, ନ୍ୟାୟ ମାଗୁଛି ୧୩ ବର୍ଷୀୟ ନାବାଳିକା, ଗର୍ଭବତୀ କରି ପ୍ରେମିକ ଫେରାର୍, ଜାଣନ୍ତୁ ପୂରା ଘଟଣା

 
Love sex dhoka

ରାଉରକେଲାରୁ ଆସିଛି ପ୍ରେମ ଏବଂ ପ୍ରତାରଣାର ଏକ କରୁଣ ଦୃଶ୍ୟ। ଏଠାରେ ଜଣେ ନାବାଳିକା କୁ ଗର୍ଭବତୀ କରି ଫେରାର ହୋଇଯାଇଛି ପ୍ରେମିକ। ଯାହାଫଳରେ ବାର ଦୁଆର ଶୁଣ୍ଢି ପିଣ୍ଢା ହୋଇ ଶେଷରେ ନ୍ୟାୟ ପାଇବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ନାବାଳିକା।

Victim girl

ମିଳିଥିବା ଖବର ଅନୁଯାଇ ଜଣେ ୧୩ ବର୍ଷୀୟା ନାବାଳିକାକୁ ଲକ୍ଷ୍ମଣ ନାମକ ଯୁବକ ଭଲ ପାଉଥିଲା। ତେବେ ଯୁବତୀର ଇଚ୍ଛା ବିରୁଦ୍ଧରେ ଲକ୍ଷ୍ମଣ ତା ସହିତ ଶାରୀରିକ ସମ୍ପର୍କ ରଖିଥିଲା। ଫଳସ୍ୱରୂପ ନାବାଳିକାଟି ଗର୍ଭବତୀ ହେବାରୁ ଘଟଣାଟି ପ୍ରଘଟ ହୋଇଥିଲା। ନାବାଳିକାଟି ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇବା ପରେ ଲକ୍ଷ୍ମଣ ବିବାହର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପରେ ଫେରାର ହୋଇଯାଇଥିଲା।

Nabalika

ତେବେ, ବର୍ତ୍ତମାନ ସମୟରେ ଯୁବତୀ ଜଣକ ୬ ମାସର ଗର୍ଭବତୀ ଥିଲେ ମଧ୍ୟ ଲକ୍ଷ୍ମଣ ଅନ୍ୟତ୍ର ବିବାହ କରିବାକୁ ଚକ୍ରାନ୍ତ କରୁଥିବା ଶୁଣିବାକୁ ମିଳିଛି। ଶେଷରେ, ନ୍ୟାୟ ପାଇବା ଆଶାରେ ନାବାଳିକା ଜଣକ ରାଉରକେଲା ଥାନାରେ ଏଥିନେଇ ଅଭିଯୋଗ କରିଛି।