ନେତାଙ୍କ ପତ୍ନୀ ସହ ଅବୈଧ ସମ୍ପର୍କ ରଖିବା ହେଲା କାଳ, ବିଚ୍ ରାସ୍ତାରେ ଜିମ୍ ଟ୍ରେନରଙ୍କୁ ଗୁଳି କରିଦେଲେ ସୁପାରି କିଲର୍….

 
Gym trainer

ଶନିବାର ଦିନ ବିହାରରେ ଜଣେ ୨୬ ବର୍ଷୀୟ ଜିମ୍ ଟ୍ରେନରଙ୍କୁ ଗୁଳି କରି ହତ୍ୟା କରାଯିବାକୁ ଚେଷ୍ଟା କରାଯାଇଛି, ଏହା ଏକ ବହୁ ଚର୍ଚ୍ଚିତ ମାମଲା ହୋଇଥିବା ବେଳେ ଏହାକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହି ଆକ୍ରମଣରେ ଜେଡିୟୁ ନେତା ରାଜୀବ କୁମାର ସିଂହ ଏବଂ ତାଙ୍କ ପତ୍ନୀ ଖୁସବୁ ସଂଶ୍ଲିଷ୍ଟ ରହିଥିବା ଅଭିଯୋଗ ହୋଇଛି।

Arrested

ବିକ୍ରମ ସିଂ ନାମକ ଏହି ଜିମ୍ ଟ୍ରେନର ଶନିବାର ଦିନ ଜିମ୍ ପାଇଁ ଯାଉଥିବା ବେଳେ ତାଙ୍କ ଉପରେ ୫ ଜଣ ଦୁର୍ବୁତ୍ତ ଅତର୍କିତ ଆକ୍ରମଣ କରିଥିଲେ। ସେମାନେ ତାଙ୍କ ଉପରେ ୫ ରାଉଣ୍ଡ ଗୁଳି ଚାଳନା କରିଥିଲେ। ଦେହରେ ଗୁଳି ବାଜିବା ସତ୍ତ୍ୱେ ବିକ୍ରମ ନିଜ ବାଇକରେ ପ୍ରାୟ ୨.୫ କିମି ଦୂରରେ ଥିବା ଡାକ୍ତର ଖାନାରେ ପହଞ୍ଚି ଯାଇଥଲେ। ହୋସ୍‌ ଆସିବା ପ​‌ରେ ବିକ୍ରମ ପୋଲିସକୁ ବୟାନ ଦେଇଥିଲେ ଯେଉଁଥିରେ ସେ ଜେଡିୟୁ ନେତା ରାଜୀବ କୁମାର ସିଂହ ଏବଂ ତାଙ୍କ ପତ୍ନୀ ଖୁସବୁଙ୍କୁ ଦୋଷାରୋପ କରିଥିଲେ।

Police

ପୋଲିସର ପ୍ରାଥମିକ ତଦନ୍ତରୁ ବିକ୍ରମଙ୍କ ଉପରେ ୫ ଜଣ ଦୁର୍ବୃତ୍ତ ଗୁଳି କରିଛନ୍ତି ବୋଲି ଜଣାପଡିଛି। ଏବଂ କଣ୍ଟ୍ରାକ୍ଟ କିଲିଂ ପାଇଁ ରାଜୀବ ସିଂ ଏମାନଙ୍କୁ ସୁପରି ଦେଇଥିବା କୁହାଯାଉଛି। ରାଜୀବଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ତାଙ୍କୁ ଦଳ ପଦରୁ ହଟାଇଦେଇଛି। କୁହାଯାଉଛି ଯେ ବିକ୍ରମ ଖୁସବୁଙ୍କ ସହିତ ଗତ ବର୍ଷ ଜାନୁଆରୀ ମାସରେ ଦେଖା ହୋଇଥିଲେ। ସେମାନଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ୧୧୦୦ ଥର ଫୋନ କଲ୍ ଯାଇଛି ବୋଲି ଜଣାପଡିଛି। ତେବେ ବିକ୍ରମ ସହିତ ତାଙ୍କ ପତ୍ନୀର ଅବୈଧ ସମ୍ପର୍କ ଥିବା ସନ୍ଦେହ କରି ରାଜୀବ ଏପରି କାଣ୍ଡ କରିଥିବା ଅନୁମାନ କରାଯାଉଛି।