ଯୌତୁକ ଲୋଭରେ ସ୍ୱାମୀ ସାଜିଲା ରାକ୍ଷସ, ଶୋଇଥିଲା ସ୍ତ୍ରୀ ସ୍ୱାମୀ ନାଗ ସାପ ଫୋପାଡି କାମୁଡେଇ ମାରିଦେଲା, ପୂରା ଘଟଣା ଜାଣି ହେବେ ତାଜୁବ୍

 
Swami maridela stree ku

ସାପ କାମୁଡ଼ିଡା ଯୋଗୁଁ 25 ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁରେ କେରଳର ଏକ କୋର୍ଟ ସ୍ୱାମୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ସ୍ୱାମୀଙ୍କୁ ବୁଧବାର ଦିନ ଦଣ୍ଡିତ କରାଯିବ। ବାସ୍ତବରେ ଦୋଷୀ ସ୍ୱାମୀ ଶୋଇଥିବା ପତ୍ନୀଙ୍କ ପାଖରେ ସାପ ଫୋପାଡି ପରେ ସାପଟି କାମୁଡ଼ି ଦେଇଥିଲା ଯାହା ଫଳରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ତେବେ ସ୍ୱାମୀ ଯୌତୁକ ପାଇଁ ଏପରି କରିଥିବା ଜଣାପଡ଼ିଛି।

Swami

ଏହି ମାମଲା ଗତ ବର୍ଷ ମେ ମାସ ସହିତ ଜଡିତ ଥିଲା, ଯେତେବେଳେ ସୁରଜ ତାଙ୍କ ପତ୍ନୀ ଉଥ୍ରାଙ୍କୁ ନାଗ ସାପ ଦ୍ୱାରା କାମୁଡେଇ ହତ୍ୟା କରିଥିଲେ। ଏହି ମାମଲାରେ କୋଲାମର ଷଷ୍ଠ ଅତିରିକ୍ତ ଅଧିବେଶନ କୋର୍ଟ ଅଭିଯୁକ୍ତ ସ୍ୱାମୀ ସୁରଜଙ୍କୁ ପୋଲିସର ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ମାମଲାରେ ଦୋଷୀଙ୍କୁ ବୁଧବାର ଦିନ ଦଣ୍ଡିତ କରାଯିବ। ସୂଚନା ଅନୁସାରେ, ଉଥରା କୋଲମଠାରୁ ୪୦ କିଲୋମିଟର ଦୂର ନିଜର ବାପାଙ୍କ ଘରେ ଥିଲେ। ଶୋଇବା ବେଳେ ତାଙ୍କୁ ନାଗସାମ କାମୁଡି ଦେଇଥିଲା। ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ୭ ମଇ ୨୦୨୦ ରେ ଘଟିଥିଲା। ଦୁହିଁଙ୍କର ବିବାହକୁ ଦୁଇ ବର୍ଷ ହୋଇଥିଲା ଓ ତାଙ୍କର ବର୍ଷକର ଏକ ସନ୍ତାନ ମଧ୍ୟ ରହିଛି। ମୃତ ମହିଳାଙ୍କ ପରିବାର ପକ୍ଷର ଓକିଲ କହିଛନ୍ତି ଅଭିଯୁକ୍ତ ସ୍ବାମୀ ଜାଣିଶୁଣି ସାପ କାମୁଡେଇଛି।

Swami

ଏପରିକି ତଦନ୍ତ ବେଳେ ଜଣାପଡିଛି ଯେ, ଗତ ବର୍ଷ ୨ ମାର୍ଚ୍ଚରେ ସୁରଜ ନିଜ ପତ୍ନୀକୁ ମାରିବା ଉଦେଶ୍ୟରେ ଘରେ ନାଗ ସାପ ଛାଡିଥିଲା। ସେତେବେଳେ ଉଥରା ତାଙ୍କ ସ୍ବାମୀଙ୍କ ଘରେ ଶୋଇଥିବା ବେଳେ ସାପ କାମୁଡିଥିଲା। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ୧୬ ଦିନ ପର୍ଯ୍ୟନ୍ତ ଚିକିତ୍ସା ଚାଲିଥିଲା। ୫୨ ଦିନ ବେଡ୍‌ରେ ପଡି ରହିବା ପଳେ ପ୍ଲାଷ୍ଟିକ୍ ସର୍ଜରୀ କରିବାକୁ ପଡିଥିଲା। 

Sapa

ଉଥରାଙ୍କ ମା’ କହିଛନ୍ତି ଯେ, ଝିଅ ଏବଂ ଜ୍ବାଇଁ ଖାଇବା ପରେ ଶୋଇବାକୁ ପଳାଇଥିଲେ। ସୁରଜ ସବୁଦିନ ବିଳମ୍ବରେ ସକାଳୁ ଉଠୁଥିଲେ ମଧ୍ୟ ସେ ଦିନ ଜଲଦି ନିଦରୁ ଉଠି ଯାଇଥିଲା। ଝିଅର ରୁମ୍‌କୁ ଯେତେବେଳେ ଯାଇଥିଲି ସେ ବେହୋସ୍ ଅବସ୍ଥାରେ ପଡିଥିଲା। ଘର ଖୋଜାଯିବା ପରେ ସେଠାରେ ନାଗ ସାପ ମିଳିଥିଲା, ଯାହାକୁ ମାରିଦେଇଥିଲେ। ସୁରଜକୁ ଯୌତୁକରେ ନଗଦ୧୦ ଲକ୍ଷ ଟଙ୍କା, ପ୍ରପଟି, ନୂଆ କାର ଓ ସୁନା ଦିଆଯାଇଥିଲା। ସୁରଜକୁ ୨୪ ମଇରେ ଗିରଫ କରାଯାଇଥିଲା। ୧୨ ଜୁଲାଇ​‌ରେ ସେ ନିଜର ଦୋଷ ସ୍ବୀକାର କରିଥିଲା।