ଫିଲ୍ମ ଷ୍ଟାଇଲରେ ସ୍ୱାମୀକୁ ଲୁଟିଲା ସ୍ତ୍ରୀ, ବାହାଘରର ଏକ ମାସ ଭିତରେ ସ୍ୱାମୀର ବୁଲାଇଲା କଳାକନା, ଆଉ ତାପରେ...

 
Swami stree ghatana

ଉତ୍ତରପ୍ରଦେଶର ବରେଲି ଜିଲ୍ଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି।  ଏଠାରେ ଜଣେ ସ୍ୱାମୀ ନିଜ ସ୍ତ୍ରୀ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ବାରଦାରୀ ପୋଲିସ ଷ୍ଟେସନରେ ପହଞ୍ଚି ଜଣେ ବ୍ୟକ୍ତି ନିଜ ନବ ବିବାହିତା ସ୍ତ୍ରୀଙ୍କ ବିରୋଧରେ ଡକାୟତ ଅଭିଯୋଗ ଆଣିଛନ୍ତି। ଏପରିକି ଏହା ପୂର୍ବରୁ ମହିଳା ଜଣକ ଆଉ ଚାରି ଜଣଙ୍କୁ ବିବାହ କରିଥିଲେ ବୋଲି ସେ କହିଛନ୍ତି। ସେ ତାଙ୍କର ପଞ୍ଚମ ସ୍ୱାମୀ ହୋଇଥିବା ବେଳେ ବର୍ତ୍ତମାନ ସେ ତାଙ୍କୁ ଧମକ ଦେଇ 5 ଲକ୍ଷ ଟଙ୍କା ମାଗୁଛନ୍ତି ବୋଲି ଏହି ବ୍ୟକ୍ତି ଅଭିଯୋଗ କରିଛନ୍ତି।

ପୁରା ଘଟଣା ଅନୁଯାଇ ପୀଡିତ ଅଙ୍କିତ ତାଙ୍କ ଅଭିଯୋଗ ନେଇ ଶନିବାର ଏସଏସପି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପୀଡିତ ଜଣକ ସେଠାରେ ପୋଲିସ ଅଧିକାରୀଙ୍କୁ ଅଭିଯୋଗ ପତ୍ର ଦେଇ ପତ୍ନୀଙ୍କ ଠାରୁ ତାଙ୍କୁ ବଞ୍ଚାଇବାକୁ ନିବେଦନ କରିଥିଲେ। ତେବେ ତଦନ୍ତ ପରେ ହିଁ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

ପୀଡିତାଙ୍କ ସ୍ୱାମୀ ଅଙ୍କିତ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ପତ୍ନୀ ନିଜ ପରିବାର ସହାୟତାରେ ବିବାହ କରି ଠକେଇର ଏକ ଗ୍ୟାଙ୍ଗ ଚଳାନ୍ତି।  ତାଙ୍କର କାମ ହେଉଛି ଲୋକଙ୍କୁ ବିବାହ କରି ସେମାନଙ୍କ ଠାରୁ ଟଙ୍କା ପଇସା ଲୁଟିବା। ବର୍ତ୍ତମାନ ପର୍ଯ୍ୟନ୍ତ ସେ ତାଙ୍କ ସମେତ ପାଞ୍ଚ ଜଣଙ୍କୁ ବିବାହ କରିସାରିଛନ୍ତି ବୋଲି ଅଙ୍କିତ କହିଛନ୍ତି।

ଅଙ୍କିତ କହିଛନ୍ତି ଯେ ତାଙ୍କ ପତ୍ନୀ ପ୍ରଥମେ ଶାହାଜାହାନପୁରରେ, ଦ୍ୱିତୀୟରେ ଲକ୍ଷ୍ମପୁରରେ ଏବଂ ଅନ୍ୟ ଦୁଇଟି ଜିଲ୍ଲାରେ ବିବାହ କରିଥିଲେ।  ଗତ ମାସ ୯ ମଇରେ ତାଙ୍କୁ ପଞ୍ଚମ ବିବାହ କରିଥିଲେ। ପରେ ଯେତେବେଳେ ସେ ଏ ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ତାଙ୍କ ପତ୍ନୀ ଏବଂ ତାଙ୍କ ଘରଲୋକେ ତାଙ୍କଠାରୁ ପାଞ୍ଚ ଲକ୍ଷ ଟଙ୍କା ମାଗିଛନ୍ତି।  ଯେତେବେଳେ ସେ ଦେବାକୁ ମନା କରନ୍ତି, ସେମାନେ ସମସ୍ତେ ଏକ ମିଥ୍ୟା ମାମଲାରେ ତାଙ୍କୁ ଜେଲକୁ ପଠାଇବାକୁ ଧମକ ଦେଇଛନ୍ତି ବୋଲି ଅଙ୍କିତ ଅଭିଯୋଗ କରିଛନ୍ତି।