ବିବାହ କୁ 3 ମାସ ପୂରିନି, ଯୌତୁକ ପାଇଁ ସ୍ତ୍ରୀ କୁ ମାରିଦେଲା ସ୍ୱାମୀ, ମଶାଣିରେ ଜଳିଲା ନବବଧୂ ର ଚିତା

 
swami marila stri ku

ଆମ ଦେଶରେ ଯୌତୁକ ପାଇଁ କେତେ ଝିଅ ଙ୍କୁ ନା ବଳି ଦିଆଯାଉଛି ତାହାର ହିସାବ ନାହିଁ । ଯାଜପୁର ଜିଲ୍ଲା ରୁ ଏମିତି ଏକ ଘଟଣା ଲୋକ ନଜର କୁ ଆସିଛି, ଯାହା କୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ହୁଳ ହୁଳି କରି ଯେଉଁ ବୋହୂକୁ ପାଛଟି ଆଣିଥିଲେ ସେ ନବବଧୂ କୁ କେବଳ କିଛିଟା ଟଙ୍କା ପାଇଁ ମାରି ଦେଇଛନ୍ତି । ଯୌତୁକ ରୂପୀ ରାକ୍ଷସ ଆଜି ନବବିବାହିତା ବୋହୂର ଜୀବନ ନେଇଯାଇଛି। ଏବେ ବି ଏ ସଂସାରରେ ଏମିତିକା ମଣିଷତ୍ୱ ହରାଇଥିବା ଲୋକେ ଅଛନ୍ତି ।

ଯୋଉ ଝିଅ ନଖାଇଲେ ମାଁ ବାପା ଖାଉ ନଥିଲେ ସେଇ ଝିଅକୁ ଶାଶୂଘରେ ଖାଇବା ପିଇବା ନ ଦେଇ ମାରିଦେଲେ । ଯେଉଁ ଝିଅ ଦେହରେ ଦିନେ ଟିପ ଟିଏ ବି କିଏ ମାରିନଥିଲା ସେଇ ଝିଅକୁ ଯୌତୁକ ଲୋଭି ରାକ୍ଷସ ମାନେ ପିଟି ପିଟି ମାରିଦେଲେ ।

ଯାଜପୁର ଜିଲ୍ଲା ସୀମାରାଣୀ ଙ୍କ କଥା ଆମେ କହୁଛୁ, ଯିଏ ପ୍ରାୟ ମାସେ ଦେଢ଼ ମାସ ହେବ ବାହା ହୋଇଥିଲେ । ଶାଶୂଘର ଲୋକେ ସୀମାରାଣୀକୁ ମାରି ଦେଇଥିବା କଥା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ସୀମାଙ୍କ ପରିବାର ଲୋକେ ।

ଯାଜପୁର ଜିଲ୍ଲା ଧନେଶ୍ୱର ପଞ୍ଚାୟତ ମୃତ୍ୟଞ୍ଜୟ ପୁର ମାଳିବା ଗ୍ରାମର ଦୀପକ କୁମାର ନାଥଙ୍କ ପତ୍ନୀ ଥିଲେ ସୀମାରଣୀ । ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ରାତିରେ କୌଣସି କାରଣରୁ ତାଙ୍କ ସ୍ବାମୀଙ୍କ ସହ ଝଗଡା ହୋଇଥିବା ବେଳେ ସକାଳୁ ସୀମାରାଣୀଙ୍କ ମୃତ୍ୟୁ ଅବସ୍ଥାରେ ପରିବାର ଲୋକେ ଡାକ୍ତରଖାନାରେ ପାଇଥିଲେ।