ଶ୍ୱଶୁର ଘରକୁ ସ୍ତ୍ରୀର ନଗ୍ନ ଭିଡ଼ିଓ ପଠାଇ ଗିରଫ ହେଲା ସ୍ୱାମୀ, ପିଡ଼ିତା କହିଲେ, ମୋତେ ଉଲଗ୍ନ କରି ପିଟି ପିଟି ସେ ମତେ...ଦେଖନ୍ତୁ ଭିଡ଼ିଓ

 
Mahila nka abhijog

ସ୍ତ୍ରୀର ନଗ୍ନ ଭିଡ଼ିଓ ରେକର୍ଡ କରି ଶ୍ୱଶୁର ଘରକୁ ପଠାଇଲା ସ୍ୱାମୀ। ବଧୂ ନିର୍ଯାତନାର ଏଭଳି ଏକ ଅମାନୁଷିକ ରୂପ କୁଆଖିଆ ଥାନା ଅନ୍ତର୍ଗତ ମାନପୁର ଗାଁରେ ଦେଖିବାକୁ ମିଳିଛି। ଶାଶୂଘରେ ଉଭୟେ ଶାରୀରିକ ମାନସିକ ନିର୍ଯାତନା ଦିଆଯାଉଥିବା ଏବଂ ସ୍ୱାମୀ ତାଙ୍କର ନଗ୍ନ ଭିଡ଼ିଓ ଭାଇରଲ କରିଥିବା ନେଇ ଥାନାରେ ଏତଲା ଦେଇଛନ୍ତି ପୀଡ଼ିତା ଯୁବତୀ।

ମିଳିଥିବା ସୂଚନା ଅନୁଯାଇ ପୀଡ଼ିତା ୨୦୧୬ ମସିହା ଜୁଲାଇ ୧୫ ତାରିଖରେ ସତ୍ୟବ୍ରତ ପଣ୍ଡା ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପର୍ଯ୍ୟନ୍ତ ସବୁକିଛି ଠିକ ଚାଲିଥିବା ବେଳେ ଧୀରେ ଧୀରେ ମହିଳାଙ୍କ ଉପରେ ଆରମ୍ଭ ହୋଇଥିଲା ଅକଥନୀୟ ଅତ୍ୟାଚାର। ପ୍ରତିଦିନ ସ୍ୱାମୀ ମଦ ପିଇ ଆସି ପିଟୁଥିବା ଏବଂ ଅଶ୍ଲୀଳ ଭାଷାରେ ଗାଳି କରୁଥିବା ନେଇ ଅଭିଯୋଗ କରିଛନ୍ତି ପୀଡିତା।

ଅଭିଯୋଗକାରିଣୀଙ୍କ କହିବା ଅନୁଯାୟୀ ତାଙ୍କ ସ୍ୱାମୀ ମଦ ପିଇ ତାଙ୍କୁ ଜୋରଜବରଦସ୍ତ ଉଲଗ୍ନ କରି ପିଟୁଥିଲେ ଏବଂ ଏହାର ଭିଡ଼ିଓ କରି ଶ୍ୱଶୁର ଘରକୁ ପଠାଉଥିଲେ। କେବଳ ଏତିକି ନୁହେଁ ଗର୍ଭବତୀ ଥିବା ବେଳେ ତାଙ୍କ ପେଟକୁ ଗୋଇଠା ମାରିଥିବା କଥା ମଧ୍ୟ ପ୍ରକାଶ କରିଛନ୍ତି ପୀଡିତା। ସତ୍ୟବ୍ରତଙ୍କ ପିତା ଜଣେ ରାଜନେତା ହୋଇଥିବାରୁ ଯେତେ ଅଭିଯୋଗ କରିଲେ ମଧ୍ୟ ଏହାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିଲା ବୋଲି ମହିଳା ଜଣକ କହିଛନ୍ତି। ଏବେ ଭିଡ଼ିଓରେ ଦେଖନ୍ତୁ କଣ କହୁଛନ୍ତି ପୀଡିତା:-

ଅନ୍ୟପକ୍ଷରେ ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ସ୍ୱାମୀ ସତ୍ୟବ୍ରତ କୁ ଗିରଫ କରିଛି ପୋଲିସ। ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେ ନେଇ ଅଧିକ ତଦନ୍ତ ଚାଲୁରହିଥିବା କଥା କହିଛନ୍ତି ଯାଜପୁର ରୋଡ ଏସଡିପିଓ ଚିନ୍ମୟ କୁମାର ନାୟକ। ଏଥିସହିତ ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ଆଶ୍ୱାସନା ଦେଇଛି।