ଦେଖନ୍ତୁ ଭିଡ଼ିଓ: ସ୍ତ୍ରୀ ନାଁରେ ସ୍ୱାମୀ ଆଣିଲା ସାଙ୍ଘାତିକ ଅଭିଯୋଗ ! ଦିନରେ ସତୀ ସାବିତ୍ରୀ, ରାତିରେ ସାଜୁଛି ବେଶ୍ୟା….

 
Allegation

ମୋ ସ୍ତ୍ରୀ ଜଣେ ଚରିତ୍ରହୀନା! ଦିନରେ ସତୀ ସାବିତ୍ରୀ ଭଳି ଅଭିନୟ କରୁଥିବା ବେଳେ ରାତିରେ ପୁରା ଗାଁର ଟୋକାଙ୍କୁ ଘରକୁ ଡାକି ରାସଲୀଳା କରୁଛି। ନିଜ ସ୍ତ୍ରୀ ବିରୁଦ୍ଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଏହି ବ୍ୟକ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ଥା-ନା ଅନ୍ତର୍ଗତ ବାଲିନଗର ଗାଁରେ ଏହି ବ୍ୟକ୍ତି ଜଣକ ରହୁଥିବା ବେଳେ ତାଙ୍କ ସ୍ତ୍ରୀ ଘରକୁ ବେଶ୍ୟାଶାଳା କରି ରଖିଥିବା ସେ ଅଭିଯୋଗ କରିଛନ୍ତି। 

Allegation

ଏହି ବ୍ୟକ୍ତିଙ୍କ କହିବା ଅନୁଯାଇ ତାଙ୍କ ସ୍ତ୍ରୀ ପ୍ରତିଦିନ ରାତି ଖାଇବାରେ ନିଶା ଔଷଧ ମିଶାଇ ତାଙ୍କୁ ଦେଇଥାଏ। ଫଳରେ ସେ ନିଘୋଡ଼ ନିଦରେ ଶୋଇଯାଆନ୍ତି ଏବଂ ତାଙ୍କ ସ୍ତ୍ରୀ ଅନ୍ୟ ପୁରୁଷ ମାନଙ୍କ ସହିତ ସମ୍ପର୍କରେ ଲିପ୍ତ ରହିଥାଏ। ସ୍ତ୍ରୀର କାର୍ଯ୍ୟକଳାପ ଉପରେ ସନ୍ଦେହ ହେବାରୁ ଦିନେ ସେ ରାତି ଖାଇବା ଖାଇନଥିଲେ। 

ସେହିଦିନ ସେ ଶୋଇଯିବା ପରେ ଘରକୁ ଜଣେ ବ୍ୟକ୍ତି ଆସିଥିଲେ ଯାହାଙ୍କ ସହିତ ତାଙ୍କ ସ୍ତ୍ରୀ ପରକୀୟା ପ୍ରୀତିରେ ଲିପ୍ତ ରହିଥିଲା। ଉଭୟଙ୍କୁ ସେ ଅସଞ୍ଜତ ଅବସ୍ଥାରେ ଧରିଥିବା ମଧ୍ୟ ବ୍ୟକ୍ତି ଜଣକ ପ୍ରକାଶ କରିଛନ୍ତି। ଏଥିନେଇ ସେ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି।  ସ୍ୱାମୀ ସ୍ତ୍ରୀଙ୍କର ସମ୍ପର୍କ ଏକ ପବିତ୍ର ସମ୍ପର୍କ ହୋଇଥିବା ବେଳେ ଏଭଳି ନାରୀ ଏଥିରେ କଳାଦାଗ ଲଗାଉଥିବା ବ୍ୟକ୍ତି ଜଣକ କହିଛନ୍ତି। ସାରା ଗାଁରେ ଛି ଛାକର କରାଯାଉଥିବା ବେଳେ ତାଙ୍କୁ ନେଇ ଲୋକେ ବିଭିନ୍ନ ପ୍ରକାର କଥା ମଧ୍ୟ କହୁଛନ୍ତି। ଯାହା ଫଳରେ ତାଙ୍କର ମାନହାନୀ ହେଉଥିବା ସେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ:- ନା ହଲେଇକି ନା ଉଠେଇକି! ଏହି ସହଜ ଉପାୟରେ ଜାଣନ୍ତୁ ଆପଣଙ୍କ ସିଲିଣ୍ଡରରେ ଆଉ କେତେ ଅଛି ଗ୍ୟାସ୍