ଦେଖନ୍ତୁ ଭିଡ଼ିଓ: ରେଳଷ୍ଟେସନରେ ସେକ୍ସ ପାଇଁ ଲୋକଙ୍କୁ ଇସାରା ଦେଉଥିଲା, ଜରି ଗୋଟାଳିରୁ ଏଭଳି ସାଜିଲା ଅପରାଧ ରାତି ର ରାଣୀ

 
Muskan

ମାୟାବିନୀ ମୁସ୍କାନ! ସେକ୍ସ ପାଇଁ ଲୋକଙ୍କୁ ଇସାରା କରିବା ପରେ ଫସାଇ ଦେଉଥିଲା। ଆଜ୍ଞା ହଁ, ସାଥିମାନଙ୍କ ସହିତ ମିଶି ଯାତ୍ରୀଙ୍କୁ ଦେଉଥିଲା ନିଶା। ପରେ ସବୁକିଛି ଲୁଟି ଦେଉଥିଲା ମୁସ୍କାନ। ଏପରି କରି ସେକ୍ସ ଏବଂ ଲୁଟର ସେ ସାମ୍ରାଜ୍ୟ ସୃଷ୍ଟି କରିଥିଲା। ସବୁଠାରୁ ବଡ଼ କଥା ହେଉଛି ଏହି ସବୁ କାମ ସେ ମାତ୍ର ୧୪ ବର୍ଷ ବୟସରୁ ଆରମ୍ଭ କରି ସାରିଥିଲା।

Muskan

କାରଣ ମୁସ୍କାନ ଓରଫ ସରିଫ୍ ଖାତୁନ୍ ମାତ୍ର ୧୪ ବର୍ଷ ବୟସରେ ହିଁ ସ୍ୱାମୀକୁ ଛାଡ଼ି ଭୁବନେଶ୍ୱର ଚାଲି ଆସିଥିଲା। ଏଠାରେ ଜରି ଗୋଟାଳି ଭାବରେ କାମ କରିବା ସହିତ ରେଳ ଷ୍ଟେସନ ଏବଂ ବସଷ୍ଟାଣ୍ଡରେ ମୁସ୍କାନ ଯାତ୍ରୀ ମାନଙ୍କୁ ସେକ୍ସ ପାଇଁ ଇସାରା ଦେଉଥିଲା। ଏଥିରେ ଭଲ କିଛି ପଇସା ମଧ୍ୟ କମାଇବାକୁ ଲାଗିଥିଲା ସେ। କିନ୍ତୁ, ଏଥିପାଇଁ ପୋଲିସ ତାକୁ ୨ ରୁ ୩ ଗିରଫ କରି ଜେଲରେ ମଧ୍ୟ ଭର୍ତ୍ତି କରିଥିଲା।

ସୁଧୁରିଯିବା ବଦଳରେ ମୁସ୍କାନକୁ ଅପରାଧ ସାମ୍ରାଜ୍ୟର ସାଥି ସେହି ଜେଲରେ ହିଁ ମିଳି ଯାଇଥିଲେ। ଜେଲରେ କୁଖ୍ୟାତ ଅପରାଧୀଙ୍କ ସହିତ ମିଶିବା ପରେ ସେ ଜେଲରୁ ବାହାରି ଗଞ୍ଜାମର କୁଖ୍ୟତ ଲୁଟେରା ଲଣ୍ଡା ଆଉ ଖୋର୍ଦ୍ଧାର ସାନ ଲଣ୍ଡା ସହ ହାତ ମିଶାଇ ମୁସ୍କାନ ନିଜର ମାୟାଜାଲ ବିଛାଇଥିଲା। ତା ସହିତ ଯୋଗ ଦେଇଥିଲା ଜଣେ ଅଟୋବାଲା ।

ଏହି ଅଟୋରେ ପୂର୍ବରୁ ମୁସ୍କାନ ବସିଥିବା ବେଳେ ସେମାନେ ଧନୀ ଯାତ୍ରୀଙ୍କୁ ଟାର୍ଗେଟ କରିଥାନ୍ତି। ଯାତ୍ରୀ ଜଣକ ବସିବା ପରେ ଅଟୋବାଲା ଉଭୟଙ୍କ ପାଇଁ ଚା' ଆଣିଥାଏ। ବାସ୍ ନିଶା ମିଶିଥିବା ଚା'କୁ ପିଇ ଯାତ୍ରୀ ଜଣକ ବେହୋସ ହୋଇଯିବା ପରେ ତାର ସର୍ବସ୍ବ ଲୁଟି ନିଅନ୍ତି ଏମାନେ । 

ଆହୁରି ପଢ଼ନ୍ତୁ:- ଦେଖନ୍ତୁ ଭିଡିଓ: କୁକୁର ଭୋକାରୁ ରାଜଧାନୀରେ ଆତଙ୍କ! କୁକୁରକୁ ହାଣିଲେ, ମାଲିକାଣୀକୁ ବିଚ ରାସ୍ତାରେ ଉଲଗ୍ନ କଲେ