ଦେଖନ୍ତୁ ଭିଡ଼ିଓ: ରାଜଧାନୀରେ ଆତଙ୍କ, କବାଟ, ଝରକା ଭାଙ୍ଗି ପଶିଲେ ଡକାୟତ, ହାତ, ଗୋଡ଼ ବାନ୍ଧି ବାଥରୁମ କୁ ନେଇ...

 
Dakayat

ରାଜଧାନୀରେ ଘାରିଲାଣି ଡକାୟତଙ୍କ ଆତଙ୍କ। ସଂଘବଦ୍ଧ ହୋଇ ଆସୁଛନ୍ତି ହାତରେ ପୁଣି ଧାରୁଆ ମାରଣାସ୍ତ୍ର। ବେକରେ ଛୁରୀ ବନ୍ଧୁକ ଲଗାଇ ଘରେ କଳାକନା ବୁଲାଇ ଦେଉଛନ୍ତି। ହଁ ଆଜ୍ଞା, ଏଭଳି କିଛି ଘଟଣା ରାଜଧାନୀରେ ବଢିବାକୁ ଲାଗିଥିବା ବେଳେ ଏବେ ଏଭଳି ଆଉ ଏକ ବଡ଼ କାଣ୍ଡ ଭିଆଇଛନ୍ତି ଏହି ଦୁର୍ବୁତ୍ତ।

Theft

ଏମିତି ଏକ ଘଟଣା ନନ୍ଦନକାନନ ଥାନା ଅନ୍ତର୍ଗତ ମାରୁତି ବିହାର ସ୍ଥିତ ଭୋଳା ରେସିଡେନ୍ସିରେ ଥିବା ଚାନ୍ଦ ନିବାସରେ ଘଟିଯାଇଛି। ଏଠାରେ ଦୁର୍ବୁତ୍ତମାନେ ଘରେ ପଶିବା ସହିତ ଦମ୍ପତ୍ତିଙ୍କୁ ବାଥରୁମ୍ ଭିତରେ ଭର୍ତ୍ତି କରି ଘରେ କଳାକନା ବୁଲାଇ ଦେଇଛନ୍ତି। ପ୍ରାୟ ୧୦ ଲକ୍ଷ ଟଙ୍କାର ଚୋରି ହୋଇଥିବା କୁହାଯାଉଛି।

ସେହି ଘରେ ରାକେଶ ଚାନ୍ଦ,ତାଙ୍କ ସ୍ତ୍ରୀ ଏଲିଶ୍ରୀ ଓ ଦୁଇ ଛୁଆଙ୍କ ସହ ରୁହନ୍ତି। ରାତିରେ ସେମାନେ ଶୋଇଥିବା ସମୟରେ ୮ ରୁ ୯ ଜଣ ଡକାୟତ ହାତରେ ମାରଣାସ୍ତ୍ର ଧରି ରୋଷେଇ ଘରର ଝରକା ଭାଙ୍ଗି ସେମାନଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରାକେଶଙ୍କ ସ୍ତ୍ରୀଙ୍କ କହିବା ଅନୁଯାଇ ଦୁର୍ବୁତ୍ତମାନେ ଝରକାକୁ ପ୍ରଥମେ ଜୋରରେ ଧକ୍କା ଦେଇଥିଲେ।

Theft

ସେମାନେ ଶୋଇଥିବାରୁ କିଛି ଜାଣିପାରିନଥିଲେ, ଦୁତୀୟ ଥର ସେ କିଛି ଜାଣିବା ଆଗରୁ ଡକାୟତମାନେ ବେଡ୍ ରୁମ ଭିତରକୁ ହଠାତ୍ ପଶିଆସିଥିଲେ। ସେମାନଙ୍କ ହାତରେ ଅସ୍ତ୍ରଶସ୍ତ୍ର ଥିବାରୁ ଏହି ଦମ୍ପତି ତାଙ୍କର ପିଲାଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ପାଟି ଫିଟାଇ ନଥିଲେ। ଅଭିଯୁକ୍ତମାନେ ଘରଲୋକଙ୍କ ମୁଣ୍ଡରେ ତକିଆ ଖୋଳ ପୁରାଇ ଦେଇଥିଲେ ତା ସହିତ ହାତ, ଗୋଡ଼କୁ ବେଡସିଟରେ ବାନ୍ଧି ବାଥରୁମରେ ପୁରାଇ ଦେଇଥିଲେ।

ଘରେ ଥିବା ସବୁ ସୁନାଅଳଙ୍କାର ଏବଂ ଅନ୍ୟାନ୍ୟ ସୁନା ସବୁ ମିଶି ପ୍ରାୟ ୭, ୮ ଲକ୍ଷ୍ୟ ଟଙ୍କାର ସୁନା ଏବଂ ଘରର ଅନ୍ନ୍ୟାନ୍ୟ ମୂଲ୍ୟବାନ ଜିନିଷ ସବୁ ଡକାୟତମାନେ ନେଇଯାଇଥିବା ଅଭିଯୋଗ ହୋଇଛି। ଏହା ବ୍ୟତୀତ ୧୦ ରୁ ୨୦ ହଜ଼ାର ନଗଦ ଟଙ୍କା ମଧ୍ୟ ସେମାନେ ନେଇ ଯାଇଛନ୍ତି।

ଏହି ଖବର ପାଇ ନନ୍ଦନକାନନ ଥାନା ଅଧିକାରୀ, ଜୋନ ଏସିପି ଏବଂ ଡିସିପି ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛନ୍ତି। ରାଜଧାନୀ ରେ ଆଗରୁ ଆପର୍ଟମେଣ୍ଟ ରୁ ଲୁଟ ପରେ ଏବେ କଲୋନିରୁ ଲୁଟ ଆରମ୍ଭ ହେବା ଘଟଣା ଲୋକଙ୍କ ଭିତରେ ଆତଙ୍କ ଖେଳାଇଛି। ତେବେ ଲୁଟେରା ମାନଙ୍କୁ କିଏ ଏହି ସୂଚନା ଯୋଗାଉଛି ତାହା ଚିନ୍ତାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ:- ୧୩ ବର୍ଷର ଛାତ୍ର ନିଜ ଶିକ୍ଷୟତ୍ରୀଙ୍କୁ କଲା ଗର୍ଭବତୀ, କ୍ଲାସ୍ ରୁମ ଭିତରେ ଦୁହେଁ କରୁଥିଲେ ଏହି ଅନୈତିକ କାମ, ଜାଣନ୍ତୁ ପୂରା ଖବର