୫ ଷ୍ଟାର୍‌ ହୋଟେଲ୍‌ରେ ଚାଲିଥିଲା ହାଇପ୍ରୋଫାଇଲ୍‌ ସେକ୍ସ ରାକେଟ୍‌, ଧରାପଡ଼ିଲେ ଏହି ୨ ଅଭିନେତ୍ରୀ, ଘଣ୍ଟାକୁ ଚାର୍ଜ କରୁଥିଲେ ୨ ଲକ୍ଷ

 
Racket

ମହାରାଷ୍ଟ୍ରର ପିମ୍ପରି-ଚିଞ୍ଚୱାଡ୍‌ ଅଞ୍ଚଳରୁ ପୋଲିସ ଏକ ବଡ ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ କରିଛି । ଏହି ମାମଲାରେ ପୋଲିସ ଭୋଜପୁରୀ ଅଭିନେତ୍ରୀ ଏବଂ ମଡେଲଙ୍କୁ ଗିରଫ କରିଛି । କୁହାଯାଉଛି ଯେ ଏହି ହାଇ ପ୍ରୋଫାଇଲ୍ ସେକ୍ସ ରାକେଟ୍ ପଞ୍ଚ ତାରକା ହୋଟେଲରେ ଚାଲିଥିଲା । ହୋଟେଲ୍‌ରେ ସେକ୍ସ ରାକେଟ୍‌ ଚାଲିଥିବା ନେଇ ପୋଲିସ୍‌କୁ ଖବର ମିଳିଥିଲା । ଏହାପରେ ପୋଲିସ୍‌ ନକଲି ଗ୍ରାହକଙ୍କୁ ପଠାଇ ଏହାର ପର୍ଦ୍ଦାଫାଶ କରିଥିଲା ।

Sex Racket

ପୋଲିସ ଘଟଣାସ୍ଥଳରୁ ଦୁଇ ଝିଅଙ୍କୁ ଉଦ୍ଧାର କରିଛି ଏବଂ ମୁଖ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ପିମ୍ପରି-ଚିଞ୍ଚୱାଡ୍‌ ପୋଲିସର ମାନବ ସୁରକ୍ଷା ବିଭାଗ ଏହି ପଦକ୍ଷେପ ନେଇଛି । ପୋଲିସ କହିଛି ଯେ ଭୋଜପୁରୀ ଫିଲ୍ମ ଅଭିନେତ୍ରୀ ଓ ମଡେଲିଂ କରୁଥିବା ଯୁବତୀଙ୍କୁ ଟଙ୍କା ଲୋଭ ଦେଖାଇ ଦେହ ବ୍ୟବସାୟରେ ନିୟୋଜିତ କରାଯାଉଥିଲା । ପୋଲିସ ଏହାକୁ ଏକ ବଡ ସଫଳତା ଭାବରେ ଦେଖୁଛି ।

ଆହୁରି ପଢନ୍ତୁ :- ଭଡ଼ା ଘରେ ଚାଲିଥିଲା ଦେହ ବ୍ୟବସାୟ, ଧରାପଡ଼ିବା ପରେ ଝିଅମାନେ କରିଲେ ବଡ଼ ଖୁଲାସା, ଜାଣନ୍ତୁ ପୂରା ଘଟଣା

ଏହି ମାମଲାରେ ପୋଲିସ ପ୍ରବୀର ପ୍ରକାଶ ମଜୁମଦାରଙ୍କୁ ଗିରଫ କରିଛି । ବିଭିନ୍ନ ପୋଲିସ ଷ୍ଟେସନରେ ତାଙ୍କ ଅନ୍ୟ ସାଥି ଦୀନେଶ ଯାଦବ ଏବଂ ବିରଜଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଆଇପିସିର ଧାରା 370 (3), 34 ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି ।

Racket

ଯେତେବେଳେ ଝିଅମାନଙ୍କୁ ପଚରାଉଚରା କରାଯାଇଥିଲା, ଜଣେ କହିଥିଲେ ଯେ ସେ ଭୋଜପୁରୀ ଫିଲ୍ମ ଅଭିନେତ୍ରୀ । ଅନ୍ୟ ଜଣେ ଝିଅଟି କହିଥିଲେ ଯେ ସେ ମଡେଲିଂ କରନ୍ତି । ଏହି ଘଟଣାର ଗଭୀର ଅନୁସନ୍ଧାନ ଚାଲିଛି । ପୋଲିସର ସୂଚନାନୁସାରେ, ଏହି ମାମଲା ସହ ଜଡିତ ଅନେକ ରହସ୍ୟ ବର୍ତ୍ତମାନ ବାହାରକୁ ଆସିପାରେ ।