ଦେଖନ୍ତୁ ଭିଡିଓ: ଚାକିରୀ କରିବାକୁ ରାଜ୍ୟ ବାହାରକୁ ଯାଇଥିଲେ ଯୁବତୀ, ହେଲେ ହୋଟେଲ୍ ରେ ଯୁବତୀ ଉଲଗ୍ନ କରିଚାଲିଲେ

 
Girl in hotel

ଚାକିରୀ ଦେବାକୁ କହି, ମନୋରଞ୍ଜନ କରେଇବାକୁ ବାଧ୍ୟ କଲେ। ଉଲଗ୍ନ ହୋଇ ନାଚିବାକୁ କହିଲେ ବାର ରେ। କଲଗାର୍ଲ ଭଳି ହୋଟେଲ ଗ୍ରାହକ ମାନଙ୍କୁ ଖୁସି କରିବାକୁ ମଧ୍ୟ କହୁଥିଲେ। ଏପରି ଏକ ଅଭିଯୋଗ ଆଣିଛନ୍ତି ଓଡ଼ିଶା ବାହାରକୁ ଚାକିରୀ କରିବା ପାଇଁ ଯାଇଥିବା ଓଡ଼ିଶା ଝିଅ।

Jubati

ଘରର ବଡ ଝିଅ ହିସାବରେ ସେ ବାହାରି ଯାଇଥିଲେ ଚାକିରୀ କରିବା ପାଇଁ ଓଡ଼ିଶା ବାହାରକୁ।ତାଙ୍କ କହିବା ଅନୁସାରେ ତାଙ୍କ ଫୋନ କୁ ପ୍ରଥମେ ଏକ ମେସେଜ୍ ଆସିଥିଲା। ଯେଉଁଥିରେ ରିସେପସନିଷ୍ଟ ଭାବେ କାମ କରିବା ପାଇଁ ଦିଆ ଯାଇଥିଲା ଅଫର୍। ଯାହା ପରେ ଦିଆଯାଇଥିବା ଠିକଣାରେ ଯୁବତୀ ଜଣକ ପହଞ୍ଚିଥିଲେ। ହେଲେ ସେଠାରେ ପରିସ୍ଥିତି ରହିଥିଲା ସମ୍ପୂର୍ଣ ଭିନ୍ନ। ସେଠାରେ ତାଙ୍କୁ ଖରାପ୍ କାମ କରିବା ପାଇଁ ବାଧ୍ୟ କରାଯାଇଥିଲା।
ଯୁବତୀଙ୍କ କହିବା ଅନୁସାରେ ତାଙ୍କୁ ବାର୍ ରେ ନାଚିବା ସହିତ ଗ୍ରାହକ ମାନଙ୍କ ମନ ଖୁସି କରିବା ପାଇଁ ବାଧ୍ୟ କରାଯାଇଥିଲା। ଯାହା ପରେ ନିଜ ଇଜ୍ଜତ ଓ ଲୋକ ଲଜ୍ଜା କୁ ଡରି ସେଠାରୁ କୌଣସି ମତେ ଖସି ଆସିଥିଲେ ଯୁବତୀ ଜଣକ।
ହେଲେ ତାଙ୍କ ପାଖରେ ଓଡ଼ିଶା ଆସିବା ପାଇଁ ନ ଥିଲା ଅର୍ଥ। ସେଥିପାଇଁ ବସ୍ ଷ୍ଟାଣ୍ଡରେ ବସି ଘୁମୁରି ଘୂମୁରି କାନ୍ଦୁ ଥିଲେ ସେ। ଏହି ସମୟରେ କିଛି ଯୁବକ ଯୁବତୀ ଜଣକୁ ସାହାଯ୍ୟର ହାତ ବଢ଼ାଇ ଥିଲେ। ପ୍ରଥମେ ସେମାନେ ଯୁବତୀଙ୍କ ଠାରୁ ସବୁ ଘଟଣା ବୁଝିବା ପରେ ତାଙ୍କୁ ଘରକୁ ଫେରିବା ପାଇଁ ଆବଶ୍ୟକ ଅର୍ଥ ରାଶି ମଧ୍ୟ ପ୍ରଦାନ କରିଥିଲେ।