ବେଦୀରୁ ଅମାନିଆ ବରକୁ ଉଠାଇନେଲା ପୋଲିସ, ଥାନାରେ ବାହାନା କରି କହିଲା- ମତେ କାଇଁ ଆଣିଛ ମୁଁ ତ...

 
ବେଦୀରୁ ଅମାନିଆ ବରକୁ ଉଠାଇନେଲା ପୋଲିସ, ଥାନାରେ ବାହାନା କରି କହିଲା- ମତେ କାଇଁ ଆଣିଛ ମୁଁ ତ...

ସାରା ଦେଶରେ ଏବେ କରୋନା ମହାମାରୀ ଠାରୁ ଲଢ଼ିବା ପାଇଁ ଲକଡ଼ାଉନ ଓ ସଟଡାଉନ୍ ପରି ପଦକ୍ଷପ ନିଆ ଯାଉଛି। ସେହିପରି ବିଭିନ୍ନ ବିବାହ, ବ୍ରତ, ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ମଧ୍ୟ କଟକଣା ଲାଗୁ କରାଯାଇଛି। ସାଧାରଣତଃ ବାହାଘର କାର୍ଯ୍ୟକ୍ରମ ପାଇଁ  ବିଭିନ୍ନ ସ୍ଥାନରେ ୫୦ ରୁ ୧୦୦ ଲୋକଙ୍କ ଭିତରେ ସୀମିତ ରଖିବା ପାଇଁ ନିର୍ଦେଶ ଜାରି କରାଯାଇଛି।

ତେବେ ପ୍ରଶାସନ ପକ୍ଷରୁ ଏପରି କୋଭିଡ଼ ଗାଇଡ଼ଲାଇନ୍ ଦିଆଯାଇଥିବା ବେଳେ ଏହାକୁ ମାନୁ ନାହାନ୍ତି କେତେକ ଅମାନିଆ ଏଥିପାଇଁ କଡ଼ା କାର୍ଯ୍ୟନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି। ତେବେ ପଞ୍ଜାବ ର ଜଳନ୍ଧର ସହରରେ ଏକ ବିବାହ ଭୋଜିରେ ୧୦୦ ରୁ ଅଧିକ ଲୋକେ ଆସିଥିବାରୁ ବର ଓ କନ୍ୟା ପକ୍ଷ ଲୋକଙ୍କୁ ହଟହଟା ହେବାକୁ ପଡିଛି।

ନିୟମ ଅନୁସାରେ ବିବାହରେ ୨୦ ଅଧିକ ଅତିଥିଙ୍କ ପାଇଁ ଉପ ଜିଲ୍ଲାପାଳଙ୍କ ଅନୁମତିର ଆବଶ୍ୟକତା ରହିଛି। କିନ୍ତୁ ଶତାଧିକ ଅତିଥି ଆସିଥିବା ସୂଚନା ପାଇ ପୋଲିସ ଚଢଉ କରିଥିଲା। ଏବଂ କୋଭିଡ ନିୟମ ଭାଙ୍ଗିଥିବାରୁ ବର ଓ ତାଙ୍କ ଜେଜେ ବାପାଙ୍କୁ ପିସିଆର ଭ୍ୟାନରେ ଥାନାକୁ ନେଇଯାଇଥିଲା ପୋଲିସ।

ତେବେ ସେଠାରେ ପଚରା ଉଚରା ବେଳେ ଅଜବ୍ ଉତ୍ତର ଦେଇଥିଲା ବର, ବର ଏବଂ ତା ଜେଜେଙ୍କ କହିବା ଅନୁଯାଇ ସେମାନେ ମାତ୍ର ୨୦ ଜଣକ ପାଇଁ ରୋଷେଇ କରିଥିଲେ ଏବଂ ମାତ୍ର ୨୦ ଜଣଙ୍କୁ ନିମନ୍ତ୍ରଣ କରିଥିଲେ। ମାତ୍ର ଏତେ ଲୋକ କେଉଁଠୁ ଆସିଲେ ସେ କଥା ସେମାନେ ଜାଣି ନାହାଁନ୍ତି। ତେବେ ପୋଲିସ ଉଭୟ ବର ଓ କନ୍ୟା ପକ୍ଷ ଲୋକଙ୍କ ଉପରେ ମାମଲା ରୁଜୁ କରିବା ସହ ବରକୁ ୨ ଘଣ୍ଟା ପରେ ଛାଡିଥିଲା।